କନକ ବ୍ୟୁରୋ: ବିଧାନସଭାରେ ଉଠିଲା ବ୍ଲାକରୋଜ ବୁଡ଼ିବା ପ୍ରସଙ୍ଗ। ବ୍ଲାକ ରୋଜ ବୁଡିବା ପ୍ରସଙ୍ଗ ଉଠାଇ ପୂର୍ବ ସରକାରଙ୍କୁ ଟାର୍ଗେଟ କଲେ ଜଗତସିଂହପୁର ବିଧାୟକ। ଖଣି ବିଭାଗ ଖର୍ଚ୍ଚ ଦାବି ସମୟରେ ବିବୃତି ରଖିବା ବେଳେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ପ୍ରଶ୍ନ କରିଥିଲେ ଯେ, ପାରାଦୀପରେ ବୁଡିଥିବା ବ୍ଲାକ ରୋଜ ଜାହାଜ କାହାର? କାହାର ଲୁହା ପଥର ସେଥିରେ ଚୋରା ଚାଲାଣ ହେଉଥିଲା? ଜାହାଜର କ୍ୟାପେଟନଙ୍କ ମୃତ୍ୟୁ ହୋଇଛି ନା ତାଙ୍କୁ ହତ୍ୟା କରାଯାଇଛି? ଜାହାଜ ବୁଡ଼ିବା ପରେ ସେଥିରୁ କେତେ ଲୋକ ଉଦ୍ଧାର ହୋଇଥିବା ନେଇ ପ୍ରଶ୍ନ କରିଥିଲେ ବିଧାୟକ। ଏହାସହ ଅମରେନ୍ଦ୍ର ଦାସ କହିଛନ୍ତି ଯେ, ଜାହାଜ ବୁଡି ରହିବା ଦ୍ୱାରା ପରିବେଶ ପ୍ରଦୂଷଣ ହେବା ସହ ବହୁତ ମାଛ ପକ୍ଷୀ ମରିଗଲେ। ଯାହାକୁ ଚପାଇବାକୁ ବହୁତ ପ୍ରୟାସ କରାଯାଇଥିଲା। ବିଜେପି ସରକାର ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଜଗତସିଂହପୁର ବିଧାୟକ ।
ବିଧାନସଭାରେ ଉଠିଲା ବ୍ଲାକରୋଜ ବୁଡିବା ପ୍ରସଙ୍ଗ: ତତକାଳୀନ ସରକାରଙ୍କୁ ଟାର୍ଗେଟ କଲେ ଜଗତସିଂହପୁର ବିଧାୟକ
ବିଧାନସଭାରେ ଉଠିଲା ବ୍ଲାକରୋଜ ବୁଡ଼ିବା ପ୍ରସଙ୍ଗ। ବ୍ଲାକ ରୋଜ ବୁଡିବା ପ୍ରସଙ୍ଗ ଉଠାଇ ପୂର୍ବ ସରକାରଙ୍କୁ ଟାର୍ଗେଟ କଲେ ଜଗତସିଂହପୁର ବିଧାୟକ।
/kanak/media/media_files/Ijb8bo85KrzQQyWueAM8.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)