କନକ ବ୍ୟୁରୋ : ଗୃହରେ ଉଠିଲା ସ୍କୁଲ ବନ୍ଦ ପ୍ରସଙ୍ଗ ଏହି ପ୍ରସଙ୍ଗ ରେ ଗୃହରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ , ସରକାର ଦେଇଥିବା ପ୍ରତିଶ୍ତୁତିକୁ ପାଳନ କରିବାକୁ ବିରୋଧୀ ଗୃହରେ ପ୍ରସଙ୍ଗ ଉଠାଇଛନ୍ତି , ଏଥିସହ ବିରୋଧୀ କହିଛନ୍ତି ନିର୍ବାଚନ ପୂର୍ବରୁ ବିଜେପି କହିଲା ସରକାରକୁ ଆସିଲେ ସବୁ ବନ୍ଦ ସ୍କୁଲ ଖୋଲିବେ ହେଲେ ସରକାରକୁ ଆସିବା ପରେ କହିଲେ ମାମଲା ହାଇକୋର୍ଟରେ ବିଚାର ଧୀନ ଅଛି..
( 'ହେ ସୌଦାଗର, ତୋ ବାକ୍ୟ ତୁ ରକ୍ଷା କର' ).... ସରକାରଙ୍କ କ୍ଷମତା ନାହିଁ ଶୁଣିବାକୁ ମିଳିଛି, ହାଇକୋର୍ଟ ଫଇସଲା ଶୁଣାଇଛନ୍ତି | ଏବେ ସରକାର ପୁଣି କେମିତି କହୁଛନ୍ତି ଯେ ବନ୍ଦ ଥିବା ୬୪୧୯ ସ୍କୁଲ ଖୋଲିବାର ପ୍ରସ୍ତାବ ଆସିଲେ, ପଦକ୍ଷେପ ନିଆଯିବ | ଏହା ଅବିଚାରିତ ନିଷ୍ପତ୍ତି ଥିଲା, ଘୋଷଣା କରୁଛନ୍ତି, କାର୍ଯ୍ୟକାରୀ କରିବାର କୁଣ୍ଠା | ଯାହା କହୁଛନ୍ତି, ସରକାର ତାହା କରନ୍ତି ନାହିଁ | ସରକାର ଏହାକୁ ଗୁରୁତର ସହ ବିଚାର କରନ୍ତୁ | ଶୂନ୍ୟକାଳରେ ଉଦବେଗ ପ୍ରକାଶ କଲେ ବିଜେଡି ବିଧାୟକ ଗଣେଶ୍ୱର ବେହେରା ...