ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ପ୍ରସଙ୍ଗ:ଭାରତ ସର୍ମଥନରେ ବ୍ରିଟେନ

Advertisment

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ଦାବିକୁ ପ୍ରମୁଖ ରାଷ୍ଟ୍ରଗୁଡିକ ଦୃଢ଼ ସମର୍ଥନ ଜଣାଇଛନ୍ତି

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ଦାବିକୁ ପ୍ରମୁଖ ରାଷ୍ଟ୍ରଗୁଡିକ ଦୃଢ଼ ସମର୍ଥନ ଜଣାଇଛନ୍ତି

india 1

କନକବ୍ୟୁରୋ : ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ଦାବିକୁ ପ୍ରମୁଖ ରାଷ୍ଟ୍ରଗୁଡିକ ଦୃଢ଼ ସମର୍ଥନ ଜଣାଇଛନ୍ତି । ଜାତିସଂଘ ସାଧାରଣ ପରିଷଦର ୭୯ତମ ଅଧିବେଶନରେ ବ୍ରିଟେନ ପ୍ରଧାନମନ୍ତ୍ରୀ କେୟର ଷ୍ଟାର୍ମର ୟିଏନଏସସିର ସ୍ଥାୟୀ ସଦସ୍ୟ ଭାବେ ଭାରତର ପ୍ରତିନିଧିତ୍ବକୁ ସମର୍ଥନ ଜଣାଇଛନ୍ତି । ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ମଧ୍ୟ ଭାରତକୁ ସାମିଲ କରିବା ପାଇଁ ଦାବି କରିଥିଲେ ।

ଜାତିସଂଘର ସାଧାରଣ ସଭାକୁ ସମ୍ୱୋଧନ କରି ବ୍ରିଟେନ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସୁରକ୍ଷା ପରିଷଦକୁ ପରିବର୍ତ୍ତନ କରି ଏକ ଅଧିକ ପ୍ରତିନିଧିତ୍ବକାରୀ ସଂସ୍ଥାରେ ପରିଣତ ହେବାକୁ ପଡିବ । ଆମେ ସୁରକ୍ଷା ପରିଷଦରେ ଭାରାତ, ଜାପାନ, ଓ ଜର୍ମାନୀକୁ ସ୍ଥାୟୀ ସଦସ୍ୟ ଭାବେ ଦେଖିବାକୁ ଚାହୁଁଛୁ ବୋଲି ବ୍ରିଟେନ ପ୍ରଧାନମନ୍ତ୍ରୀ କହିଛନ୍ତି ।

ବର୍ତ୍ତମାନ ଜାତିସଂଘ ନିରାପତ୍ତା ପରିଷଦରେ ୫ ଜଣ ସ୍ଥାୟୀ ଓ ୧୦ ଜଣ ଅସ୍ଥାୟୀ ସଦସ୍ୟ ରହିଛନ୍ତି । ଅସ୍ଥାୟୀ ସଦସ୍ୟମାନଙ୍କୁ ଜାତିସଂଘ ସାଧାରଣ ସଭା ଦ୍ବାରା ଦୁଇ ବର୍ଷ ପାଇଁ ନିର୍ବାଚିତ କରାଯାଇଥାଏ ।  ଏହି ପାଞ୍ଚଟି ସ୍ଥାୟୀ ସଦସ୍ୟ ରୁଷ, ବ୍ରିଟେନ, ଚୀନ, ଫ୍ରାନ୍ସ ଓ ଆମେରିକା ଯେକୌଣସି ମୂଳ ପ୍ରସ୍ତାବ ଉପରେ ଭିଟୋ ଜାରି କରିବାର କ୍ଷମତା ରଖିଛନ୍ତି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe