ରାଜ୍ୟସଭାରେ ଉଠିଥିଲା ଦିଲ୍ଲୀର ନିଖୋଜ ଶିଶୁଙ୍କ ପ୍ରସଙ୍ଗ, ବିଜେପିକୁ ଟାର୍ଗେଟ୍ କଲେ ସନ୍ଦୀପ କୁମାର ଓ କେଜ୍ରିୱାଲ

Advertisment

ଆମ ଆଦମୀ ପାର୍ଟିର ସାଂସଦ ସନ୍ଦୀପ କୁମାର ପାଠକ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି, ଏକ ସୂଚନା ଅଧିକାର ଆବେଦନର ଉତ୍ତରରେ, ଦିଲ୍ଲୀ ପୁଲିସ ରିପୋର୍ଟ କରିଛି ଯେ ୨୦୨୪ ମସିହାରୁ ପ୍ରତିବର୍ଷ ୬ହଜରରୁ ୭ହଜାର ଶିଶୁ ନିଖୋଜ ହେଉଛନ୍ତି, ଯାହା ମଧ୍ୟରୁ ୭୨ ପ୍ରତିଶତ ଝିଅ ଅଛନ୍ତି।

ଆମ ଆଦମୀ ପାର୍ଟିର ସାଂସଦ ସନ୍ଦୀପ କୁମାର ପାଠକ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି, ଏକ ସୂଚନା ଅଧିକାର ଆବେଦନର ଉତ୍ତରରେ, ଦିଲ୍ଲୀ ପୁଲିସ ରିପୋର୍ଟ କରିଛି ଯେ ୨୦୨୪ ମସିହାରୁ ପ୍ରତିବର୍ଷ ୬ହଜରରୁ ୭ହଜାର ଶିଶୁ ନିଖୋଜ ହେଉଛନ୍ତି, ଯାହା ମଧ୍ୟରୁ ୭୨ ପ୍ରତିଶତ ଝିଅ ଅଛନ୍ତି।

Sandeep Kumar

Sandeep Kumar Photograph: (kanak news)

କନକ ବ୍ୟୁରୋ : ଗୁରୁବାର ରାଜ୍ୟସଭାରେ ଉଠିଥିଲା ରାଜଧାନୀ ଦିଲ୍ଲୀର ନିଖୋଜ ଶିଶୁଙ୍କ ପ୍ରସଙ୍ଗ । ଆମ ଆଦମୀ ପାର୍ଟିର ସାଂସଦ ସନ୍ଦୀପ କୁମାର ପାଠକ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି, ଏକ ସୂଚନା ଅଧିକାର ଆବେଦନର ଉତ୍ତରରେ, ଦିଲ୍ଲୀ ପୁଲିସ ରିପୋର୍ଟ କରିଛି ଯେ ୨୦୨୪ ମସିହାରୁ ପ୍ରତିବର୍ଷ ୬ହଜରରୁ ୭ହଜାର ଶିଶୁ ନିଖୋଜ ହେଉଛନ୍ତି, ଯାହା ମଧ୍ୟରୁ ୭୨ ପ୍ରତିଶତ ଝିଅ ଅଛନ୍ତି। ପ୍ରତିଦିନ, ଜାତୀୟ ରାଜଧାନୀ ଦିଲ୍ଲୀରୁ ୧୭ ଜଣ ଶିଶୁ ନିଖୋଜ ହେଉଛନ୍ତି। ବଡ଼ ସହର ସହିତ ପରିସ୍ଥିତି ତୁଳନା କରି ଆପ ସାଂସଦ କହିଛନ୍ତି ଯେ ଦିଲ୍ଲୀରେ ନିଖୋଜ ଶିଶୁଙ୍କ ସଂଖ୍ୟା ମୁମ୍ବାଇ, ବେଙ୍ଗାଲୁରୁ ଓ କୋଲକାତା ତୁଳନାରେ ଅଧିକ ।

ସେପଟେ ଏହି ପ୍ରସଙ୍ଗ ଉଠାଇ, ଆପ ସଂଯୋଜକ ଅରବିନ୍ଦ କେଜରିୱାଲ ବିଜେପିକୁ ଟାର୍ଗେଟ କରିଛନ୍ତି। ସେ ଟ୍ୱିଟ୍ କରିଛନ୍ତି, ଦିଲ୍ଲୀରେ ମାତ୍ର ୧୫ ଦିନ ମଧ୍ୟରେ ୮୦୭ ଜଣ ନିଖୋଜ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଓ ଶିଶୁ। ଏହି ପରିସ୍ଥିତି ସ୍ୱାଭାବିକ ନୁହେଁ, ଏହା ଅତ୍ୟନ୍ତ ଚିନ୍ତାଜନକ। ଦେଶର ରାଜଧାନୀରେ ଲୋକଙ୍କ ସୁରକ୍ଷା ଭଗବାନଙ୍କ ଦୟା ଉପରେ ଛାଡି ଦିଆଯାଇଛି। ଦିଲ୍ଲୀରେ ପ୍ରତ୍ୟେକ ସ୍ତରରେ ବିଜେପି ସମ୍ପୂର୍ଣ୍ଣ କ୍ଷମତା ରଖିଛି, ତଥାପି ଦିଲ୍ଲୀ ଏତେ ଅସୁରକ୍ଷିତ କାହିଁକି ?

ଅଧିକ ପଢ଼ନ୍ତୁ---ପ୍ରଧାନମନ୍ତ୍ରୀଙ୍କ ଭାଷଣ ବିନା ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ପାରିତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe