କନକ ବ୍ୟୁରୋ: ରାଜ୍ୟରେ ହାଇପ୍ରୋଫାଇଲ୍ ହତ୍ୟାର ରହସ୍ୟ ଖୋଲିବା ନେଇ ପୂର୍ବରୁ ସଙ୍କେତ ଦେଇଥିଲେ ମୋହନ ସରକାର। ଏବେ କିନ୍ତୁ ଦଳ ଭିତରୁ ସରକାରଙ୍କ ଉପରେ ଚାପ ପଡ଼ିଛି। ମମିତା ମେହେର, ନବ ଦାସ, ସ୍ମିତାରାଣୀ ଓ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ଦଳର ଅନ୍ୟତମ ବିଧାୟକ ଅଶୋକ ମହାନ୍ତି ବି ସ୍ୱର ମିଳାଇବା ପରେ ଚାପ ବଢ଼ିଛି।
- ବିଧାନସଭାରେ ଉଠିଲା ହାଇପ୍ରୋଫାଇଲ ହତ୍ୟା ପ୍ରସଙ୍ଗ
- ସିବିଆଇ ତଦନ୍ତ ଦାବି କଲେ ଜୟନାରାୟଣ
ପୂର୍ବତନ ମନ୍ତ୍ରୀ ନବ ଦାସ, କଳାହାଣ୍ଡି ଶିକ୍ଷୟିତ୍ରୀ ମମିତା ମେହେର ଓ ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ପ୍ରସଙ୍ଗ ପୁଣି ଥରେ ତାଜା ହୋଇଛି। ଏହି ହାଇପ୍ରୋଫାଇଲ ହତ୍ୟାକାଣ୍ଡରେ କିଏ ପ୍ରକୃତ ହତ୍ୟାକାରୀ? ତା’ର ପର୍ଦ୍ଦାଫାଶ୍ କରିବା ପାଇଁ ଶୂନ୍ୟକାଳରେ ବିଧାନସଭାରେ ଦାବି କରିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ହତ୍ୟାକାଣ୍ଡ ପଛର ମୁଖ୍ୟ ଖଳନାୟକ କିଏ? ସେ ନେଇ ଲୋକଙ୍କ ଭିତରେ ସନ୍ଦେହ ଥିବାରୁ, ସିବିଆଇ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି।
ଅନ୍ୟପଟେ ଜୟନାରାୟଣଙ୍କ ଦାବିକୁ ସମର୍ଥନ କରିଛନ୍ତି ବିଜେପି ବିଧାୟକ ଅଶୋକ ମହାନ୍ତି। ସନ୍ଦେହରେ ଥିବା ବଡ ବଡ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି ହେଉ ବୋଲି ସେ କହିଛନ୍ତି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପତି ମଧ୍ୟ ଏହି ସବୁ ହତ୍ୟାକାଣ୍ଡର ସତ ସାମନାକୁ ଆସିବା ଆବଶ୍ୟକ ବୋଲି କହିଛନ୍ତି। ଜବାବରେ ବିଜେଡି କହିଛି, ସରକାର କଥା ଓ କାମରେ ତାଳମେଳ ନାହିଁ।
ସୂଚନାଯୋଗ୍ୟ ଯେ, ବିଜେଡି ସରକାର ସମୟରେ ହୋଇଥିବା ଏହି ତିନି ହାଇପ୍ରୋଫାଇଲ ହତ୍ୟାକାଣ୍ଡକୁ ଏହା ଭିତରେ ମାସ ମାସ ବିତିଲାଣି। ଲୋକେ ଧୀରେ ଧିରେ ଭୁଲିବା ଆରମ୍ଭ କଲେଣି। ହେଲେ, ଏବେ ବି ଏହି ସବୁ ହତ୍ୟାକାଣ୍ଡର ରହସ୍ୟ ରହସ୍ୟରେ ରହି ଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/1f9ZVaBE9SMmpEw82je7.jpg)