କନକ ବ୍ୟୁରୋ: ବିଧାନସଭା ଶୂନ୍ୟକାଳରେ ଉଠିଲା ମାଲକାନଗିରି ଓ କୋରାପୁଟରେ ବର୍ଷା ଓ ବନ୍ୟା କ୍ଷୟକ୍ଷତି ପ୍ରସଙ୍ଗ । ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ ଦେବ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଥିବାବେଳେ, ଗୃହରେ ଏହାର ଉତ୍ତର ରଖିଛନ୍ତି ମନ୍ତ୍ରୀ ।

ବିଧାୟକ ପ୍ରତାପ ଦେବ ଗୃହରେ ପ୍ରଶ୍ନ କରିଥିଲେ ଯେ, ଦକ୍ଷିଣ ଓଡ଼ିଶାର ମାଲକାନଗିରି ଓ କୋରାପୁଟ, ରାୟଗଡାରେ ବର୍ଷା ହୋଇ ବିଶେଷ କ୍ଷୟକ୍ଷତି ହୋଇଛି । ମକାଠାରୁ ଆରମ୍ଭ କରି ବିଭିନ୍ନ ଫସଲ କ୍ଷତି ହୋଇଛି । ରାଜ୍ୟର ଏସଆରସି, କୃଷି ଓ ରାଜସ୍ୱ ବିଭାଗ କଣ ପଦକ୍ଷେପ ନେଇଛନ୍ତି? ଜନସାଧାରଣଙ୍କ କ୍ଷତି ସରକାର ଅବଗତ ଅଛନ୍ତି କି ? ୭୨ ଘଣ୍ଟା ହେଇଗଲା ସରକାର କିଛି କଲେନାହିଁ, ବିଦ୍ଧିବଦ୍ଧ ଘୋଷଣା ବି କଲେ ନାହିଁ । ତେଣୁ ଲୋକଙ୍କୁ  କଣ ସାହାଯ୍ୟ ଦିଆଯିବ ସେନେଇ ମନ୍ତ୍ରୀଙ୍କ ଉତ୍ତର ଦାବି କରିଥିଲେ ପ୍ରତାପ ଦେବ ।

ଏହାପରେ ଗୃହରେ ସ୍ପଷ୍ଟୋକ୍ତି ରଖି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଥିଲେ ଯେ, ୯  ତାରିଖ ଦିନ ପୂର୍ବ ସୂଚନା ମିଳିଥିଲା, ସୂଚନା ମୁତାବକ ପ୍ରବଳ ବର୍ଷା ହେବାର ଥିଲା । କୋରାପୁଟ ଓ ମାଲକାନଗିରି କ୍ଷତି ହୋଇଛି । କୋରାପୁଟ କ୍ଷତି କମ, ମାଲକାନଗିରିରେ ଅଧିକ କ୍ଷତି ହୋଇଛି । ତେବେ ତଳିଆ ବ୍ରିଜ ପାଇଁ ରାସ୍ତା ବିଛିନ୍ନ ହେଇଯାଉଛି ।  ବର୍ତ୍ତମାନ ସେଠାରେ ୬ଟି ଓଡ୍ରାଫ ଟିମ ଥିବାବେଳେ, ୫ଟି ଅଗ୍ନିଶମ ଓ ଡିଜି ଅଗ୍ନିଶମ ଓ ଡିଜି ହୋମଗାର୍ଡ ଏବଂ ତାଙ୍କ ସହିତ ଏସଏସି ଏସଏସଟି ବିଭାଗର ଦୁଇ ଅଫିସର ଯାଇଥିଲେ । ଏବେ ପାଣି କମିଗଲାଣି, ବର୍ତମାନ ଅଧିକ ପାଣି ଛାଡୁଛି । ୧୭୮୦ ଜଣ ଲୋକ ରିଲିଫ ସେଣ୍ଟରରେ ଅଛନ୍ତି । ଘରକୁ ଫେରିବା ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ଦିଆଯିବ । ସ୍ୱାସ୍ଥ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ନିୟୋଜିତ ଅଛନ୍ତି | ପାଣି ଛାଡିବା ପରେ କ୍ଷୟକ୍ଷତି ଆକଳନ କରାଯାଇ ଓଡ଼ିଶା ରିଲିଫ କୋଡ଼ ଅନୁସାରେ କ୍ଷତି ପୂରଣ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।