କନକବ୍ୟୁରୋ : ଦିନକ ପରେ ଧାନ କିଣା ଆରମ୍ଭ ହେବାକୁ ଯାଉଥିବା ବେଳେ ପୁଣି ଉଠିଲା କଟ୍‌ନି ଛଟ୍‌ନି ପ୍ରସଙ୍ଗ। ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି, ମନ ଇଚ୍ଛା କଟନି ଛଟନି ହେବ ନାହିଁ, ଯେତେ କମ୍ ହେବ ।   ଯେଉଁଠି ଏଫ.ଏ.କ୍ୟୁ ମାନ କମ୍ ଥିବ ଏବଂ ଧାନରେ ଆର୍ଦ୍ରତା ଥିବ, ସେଠାରେ କେତେ ପ୍ରତିଶତ କଢ଼ାଯିବ, ତାହା ନିର୍ଦ୍ଧାରିତ କରାଯିବ ।   ତେବେ ସୁରୁଖୁରୁରେ କିଭଳି ଧାନ କିଣା ହେବ, ସେନେଇ ପ୍ରସ୍ତୁତି ହୋଇଥିବା କହିଛନ୍ତି କେଭି ସିଂହଦେଓ ।  ଧାନ କିଣାର ଗୋଟେ ସ୍ଲିପ ଚାଷୀ ଏବଂ ଆଉ ଗୋଟେ ସ୍ଲିପ୍ ସରକାରଙ୍କ ପାଖରେ ରହିବ  ।  ୨୦ ତାରିଖରେ ବରଗଡ଼ ଜିଲ୍ଲାର ସୋହେଲାରେ ଧାନ କିଣା ଆରମ୍ଭ ହେବ। ଏକ ବିରାଟ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ଖୋଲାଯିବ ମଣ୍ଡି ।