କନକ ବ୍ୟୁରୋ : ପାକ୍ ପାଇଁ ଗୁଇନ୍ଦାଗିରି ଅଭିଯୋଗରେ ଗିରଫ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା ମାମଲାରେ ପ୍ରିୟଙ୍କା ସେନାପତିଙ୍କୁ ଘନ ଘନ ଜେରା । ଅଜ୍ଞାତ ସ୍ଥାନରେ ପ୍ରିୟଙ୍କାଙ୍କୁ ପଚରାଉଚରା କରୁଛି ପୁରୀ ପୁଲିସ । ଗତକାଲି ହରିୟାଣା ହିସାର ପୁଲିସ ଭିସି ଜରିଆରେ ପ୍ରିୟଙ୍କାଙ୍କୁ ପଚରାଉଚରା କରିଛି । ଏସ୍ପିଙ୍କ କାର୍ଯ୍ୟାଳୟରେ ହରିୟାଣା ହିସାର ପୁଲିସ ଭିଡିଓ କନ୍ଫରେନ୍ସରେ ପଚରାଉଚରା କରିଥିବା ଜଣାପଡ଼ିଛି ।
ପାକିସ୍ତାନ ପାଇଁ ଗୁଇନ୍ଦାଗିରି ଅଭିଯୋଗରେ ଗିରଫ ଜ୍ୟୋତି ମଲହୋତ୍ରାଙ୍କ ସହ କେମିତି ବନ୍ଧୁତା ହେଲା ସେନେଇ ଗୁଡାଇତୁଡାଇ ପ୍ରଶ୍ନ କରାଯାଇଥିଲା । ସେ କେବେ ଓ କାହିଁକି ପାକିସ୍ତାନ ଯାଇଥିଲେ ସେନେଇ ପ୍ରଶ୍ନ କରିଛି ହିସାର ପୁଲିସ । ପ୍ରିୟଙ୍କା କର୍ତାରପୁର କରିଡର ଦେଇ ପାକିସ୍ତାନ ଯାଇଥିବାର ଫଟୋ ସୋସିଆଲ ମିଡ଼ିଆରେ ନିଜେ ପୋଷ୍ଟ କରିଥିଲେ । କର୍ତାରପୁର କରିଡର ସାମ୍ନାରେ ଛିଡା ହୋଇ ସେଲ୍ଫି ଉଠାଇଥିଲେ ଜ୍ୟୋତି ମଲହୋତ୍ରା ଓ ପ୍ରିୟଙ୍କା ସେନାପତି । ହାତରେ ପାକିସ୍ତାନ ଟଙ୍କା ଓ ପାସପୋର୍ଟ ଧରି ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/05/20/Tf49xGZ3D2KGmjVhGDZi.jpg)