କନକ ବ୍ୟୁରୋ: ବଲିଉଡ ସୁପରଷ୍ଟାର, ରୋମାନ୍ସର କିଙ୍ଗ୍ ଏବଂ ବି-ଟାଉନର ବାଦଶାହା ଶାହରୁଖ ଖାନଙ୍କୁ ପୂରିଛି ୬୦ ବର୍ଷ । ଆଉ ଫ୍ୟାନ୍ସଙ୍କ ପାଇଁ ତାଙ୍କ ଜନ୍ମଦିନ ଇଦ୍ କିମ୍ବା ଦୀପାବଳି ଠାରୁ କମ୍ ନୁହେଁ ।
କାରଣ ୩୨ ବର୍ଷ ଧରି ବକ୍ସ ଅଫିସରେ ରାଜ୍ କରିଚାଲିଛନ୍ତି କିଙ୍ଗ ଖାନ୍ । କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ୱରେ ଶାହରୁଖଙ୍କ ଫ୍ୟାନ୍ ଫଲୋୱିଙ୍ଗ୍ ଢେର୍ ଅଧିକ । ତାଙ୍କର ଟିକିଏ ଝଲକ ଦେଖିବା ପାଇଁ ପ୍ରଶଂସକମାନେ ଥିଏଟର ଏବଂ ତାଙ୍କ ମୁମ୍ବାଇ ସ୍ଥିତ ବାସଭବନ ମନ୍ନତ ଆଗରେ ଲଗାନ୍ତି ଲମ୍ବା ଲାଇନ । ହେଲେ ବହୁତ କମ୍ ଲୋକ ଜାଣନ୍ତି ଯେ ଶାହରୁଖ ତାଙ୍କ ପ୍ରକୃତ ନାଁ ନୁହେଁ ।
ଶିଳ୍ପ ନଗରୀରେ ସାଙ୍ଘାତିକ ସ୍ଥିତି : ଡ୍ୟାମରେ ଭାସୁଛି କ୍ବିଣ୍ଟାଲ କ୍ବିଣ୍ଟାଲ ମଲା ମାଛ
ଅଧିକ ପଢନ୍ତୁ ......
ଶାହରୁଖ ଖାନ୍ କିଙ୍ଗ ଖାନ, ରୋମାନ୍ସ କିଙ୍ଗ୍, ଡନ୍, ଏସଆରକେ, ବାଜିଗର ଏବଂ ବାଦଶାହ ଭଳି ଅନେକ ନାମରେ ଜଣାଶୁଣା । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏଗୁଡ଼ିକ ମଧ୍ୟରୁ କୌଣସି ଗୋଟିଏ ବି ଶାହାରୁଖଙ୍କ ପ୍ରକୃତ ନାଁ ନୁହେଁ, ଏପରିକି ‘ଶାହରୁଖ’ ମଧ୍ୟ ନୁହେଁ । କାରଣ ସୁପରଷ୍ଟାରଙ୍କ ପ୍ରକୃତ ନାଁ ଅବଦୁଲ ରହମାନ । ଏକଥା ଖୋଦ୍ ଶାହରୁଖ ଅନୁପମ ଖେର ଶୋ'ର ଏକ ଏପିସୋଡରେ ଖୁଲାସା କରିଥିଲେ । ଯେତେବେଳେ ଅନୁପମ ଖେର ଶାହରୁଖଙ୍କୁ ପଚାରିଲେ ତାଙ୍କ ନାମ କିଏ ପରିବର୍ତ୍ତନ କରିଛନ୍ତି, ସେ କହିଥିଲେ "ମୋ ବାପା କରିଥିଲେ ।
ଖାଲି ଏତିକି ନୁହେଁ ମୋ ବାପା, ମୋ ଭଉଣୀଙ୍କ ନାଁ ଲାଲା ରୁଖ ରଖିଥିଲେ, ଯାହା ଏକ ମହାନ କବିତାକୁ ବୁଝାଏ । ଏପରିକି ଲାଲା ରୁଖ ନାମରେ ଏକ ଘୋଡ଼ା ମଧ୍ୟ ଥିଲା; ତେଣୁ ଭଉଣୀକୁ ଲାଲା ରୁଖ ଡାକୁଥିଲେ ଏବଂ ମୋ ନାଁ ଶାହରୁଖ ରଖିଥିଲେ, ଯାହାର ଅର୍ଥ ରାଜକୁମାର ପରି ମୁହଁ ।" ସେବେଠାରୁ ମୁଁ ଏହି ନାଁରେ ହିଁ ବଞ୍ଚିଛି । ତେବେ ୧୯୬୫ ମସିହା ନଭେମ୍ବର ୨ରେ ଦିଲ୍ଲୀରେ ଶାହରୁଖଙ୍କ ଜନ୍ମ ହୋଇଥିଲା । ଦିଲ୍ଲୀର ହଂସରାଜ କଲେଜରେ ପାଠପଢ଼ା ସାରି ଅଧିକ ଶିକ୍ଷା ପାଇଁ ଜାମିଆ ମିଲିଆ ଇସଲାମିଆ ଯାଇଥିଲେ । ଶାହରୁଖ ଖାନ ସେହି ବଲିଉଡ ଅଭିନେତାମାନଙ୍କ ମଧ୍ୟରୁ ଜଣେ ଯିଏ ଗରିବରୁ ଧନୀ ଅଭିନେତା ଭାବେ ସମସ୍ତଙ୍କ ପାଇଁ ଉଦାହରଣ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/02/1243-2025-11-02-07-06-18.jpg)