ତାତି କଷ୍ଟଠୁ ବଳିଗଲା କାଳବୈଶାଖୀ ତାଣ୍ଡବ । ଉଡିଲା ଛପର, ଭାଙ୍ଗିଲା ଘର । ବଜ୍ରପାତ ନେଲା ଜୀବନ

ପବନ ମାଡ଼ରେ ଅନେକ ଘରର ଛପର ଉଡ଼ିଯାଇଛି । ୪୭ ଗାଁର ପ୍ରାୟ ୫ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ରିଲିଫ କେନ୍ଦ୍ର ଖୋଲାଯାଇଛି । ପର୍ଯ୍ୟଟକଙ୍କ  ସୁରକ୍ଷା ପାଇଁ ୨ ଦିନ ବନ୍ଦ ରହିବ ଶିମିଳିପାଳ। କେନ୍ଦୁଝର ହାଟଡ଼ିହିରେ ମଧ୍ୟ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି।

fdfsdfsfs

କନକ ବ୍ୟୁରୋ : ତାତିରୁ ଆଶ୍ବସ୍ତି ମିଳିଛି, ହେଲେ କାଳବୈଶାଖୀ ବିଭିନ୍ନ ଜାଗାରେ କ୍ଷୟକ୍ଷତି କରିଛି।  ଉତ୍ତରରୁ ଦକ୍ଷିଣ, ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। କେଉଁଠି ଚାଳ ଉଡ଼ାଇ ନେଇଛି ତ କେଉଁଠି ବ୍ରଜପାତରେ ଜୀବନ ଯାଇଛି । ବାରିପଦାରେ ସବୁଠୁ ଅଧିକ କ୍ଷତି କରିଛି କାଳବୈଶାଖୀ ବର୍ଷା। ପବନ ମାଡ଼ରେ ଅନେକ ଘରର ଛପର ଉଡ଼ିଯାଇଛି । ୪୭ ଗାଁର ପ୍ରାୟ ୫ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ରିଲିଫ କେନ୍ଦ୍ର ଖୋଲାଯାଇଛି । ପର୍ଯ୍ୟଟକଙ୍କ  ସୁରକ୍ଷା ପାଇଁ ୨ ଦିନ ବନ୍ଦ ରହିବ ଶିମିଳିପାଳ। କେନ୍ଦୁଝର ହାଟଡ଼ିହିରେ ମଧ୍ୟ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। କୁଆପଥର ମାଡ଼ ଓ ଗଛ ପଡ଼ି ଘରର ଆଜବେଷ୍ଟ ଭାଙ୍ଗି ଯାଇଛି। ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିବାରୁ ବିଦ୍ୟୁତ ସେବା ବିଚ୍ଛିନ୍ନ ହୋଇଛି। ସେହିପରି ବଜ୍ରପାତ ଯୋଗୁଁ ବ୍ରହ୍ମଗିରିରେ ଏବଂ ଦିଗପହଣ୍ଡିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। କାଳବୈଶାଖୀ ଦୁଇଜଣଙ୍କ ଜୀବନ ନେଇଥିବାବେଳେ ଅନେକ ସ୍ଥାନରେ ବଡ଼ କ୍ଷୟକ୍ଷତି ହୋଇଛି ।  ଆହୁରି ୨ ଦିନ କାଳବୈଶାଖୀର ପ୍ରଭାବ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe