ସନାତନୀ ଫିଲ୍ମକୁ ନେଇ ସତର୍କ ଗଲା ଗୁଇନ୍ଦା ବିଭାଗ ।  ଆଇନଶୃଙ୍ଖଳା ଆଶଙ୍କା କରି ସରକାରଙ୍କୁ ଲେଖିଲା ଚିଠି

ଫିଲ୍ମ ରିଲଜ ପୂର୍ବରୁ ଚିଠି ଲେଖି ସରକାରଙ୍କୁ ଆଲର୍ଟ କଲା ଗୁଇନ୍ଦା ବିଭାଗ। ମୁମ୍ବାଇ ସେନ୍ସର ବୋର୍ଡରୁ ପାସ୍ ହେବା ପରେ ଓଡ଼ିଆ ଫିଲ୍ମ ସନାତନୀର ରିଲିଜକୁ ନେଇ ଉଠିଲାଣି ପ୍ରଶ୍ନ। ତେବେ ଆଗକୁ ସରକାର ଏନେଇ କଣ ନିଷ୍ପତ୍ତି ନେଉଛନ୍ତି ତା ଉପରେ ରହିଛି ନଜର

‘ସନାତନୀ’କୁ ନେଇ ଗୁଇନ୍ଦା ଚେତାବନୀ

‘ସନାତନୀ’କୁ ନେଇ ଗୁଇନ୍ଦା ଚେତାବନୀ Photograph: (KanakNews )

କନକ ବ୍ୟୁରୋ: ଫିଲ୍ମ ରିଲଜ ପୂର୍ବରୁ ଚିଠି ଲେଖି ସରକାରଙ୍କୁ ଆଲର୍ଟ କଲା ଗୁଇନ୍ଦା ବିଭାଗ। ମୁମ୍ବାଇ ସେନ୍ସର ବୋର୍ଡରୁ ପାସ୍ ହେବା ପରେ ଓଡ଼ିଆ ଫିଲ୍ମ ସନାତନୀର ରିଲିଜକୁ ନେଇ ଉଠିଲାଣି ପ୍ରଶ୍ନ। ତେବେ ଆଗକୁ ସରକାର ଏନେଇ କଣ ନିଷ୍ପତ୍ତି ନେଉଛନ୍ତି ତା ଉପରେ ରହିଛି ନଜର....

  • ସନାତନୀ ଫିଲ୍ମକୁ ନେଇ ସତର୍କ ଗଲା ଗୁଇନ୍ଦା ବିଭାଗ
  • ଆଇନଶୃଙ୍ଖଳା ଆଶଙ୍କା କରି ସରକାରଙ୍କୁ ଲେଖିଲା ଚିଠି

ଫେବ୍ରୁଆରୀ ୭ରେ ଓଡ଼ିଆ ଫିଲ୍ମ ସନାତନୀ- କର୍ମ ହିଁ ଧର୍ମ ରିଲିଜ ହେବ। ତେବେ ଏହା ପୂର୍ବରୁ ସତର୍କ ହୋଇ ଉଠିଛି ଗୁଇନ୍ଦା ବିଭାଗ। ଏହି ଫିଲ୍ମ ହଲକୁ ଆସିଲେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା ଥିବା କହି ସରକାରଙ୍କୁ ଆଲର୍ଟ କରିଛି ଗୁଇନ୍ଦା ବିଭାଗ। ଧର୍ମାନ୍ତରୀକରଣ କାହାଣୀକୁ ନେଇ ପର୍ଯ୍ୟବେସିତ ଏହି ଫିଲ୍ମକୁ ନେଇ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ଆପତ୍ତି ଉଠାଇଛନ୍ତି ଏବଂ ଏହା ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବ ବୋଲି ଆଭାସ ପାଇଛି ଗୁଇନ୍ଦା ବିଭାଗ ।

ଓଡ଼ିଶାର ନୀରିହ ଆଦିବାସୀଙ୍କୁ ଧର୍ମ ପରିବର୍ତ୍ତନ ପାଇଁ କିଭଳି ପ୍ରବର୍ତ୍ତାଯାଉଛି ଏବଂ ସେମାନଙ୍କର ଜମି ହଡପ କରାଯାଉଛି ତାହାକୁ ନେଇ ଫିଲ୍ମ ଗତିଶୀଳ ହେଉଛି। ଏହି ଫିଲ୍ମକୁ ଓଡ଼ିଶାର ସେନ୍ସର ବୋର୍ଡ ପାସ୍ କରିନଥିବା ବେଳେ ମୁମ୍ବାଇରୁ ଏହି ଫିଲ୍ମକୁ ସେନ୍ସର ପାସ୍ ମିଳିଥିବା କହିଛନ୍ତି ପ୍ରଯୋଜନା ସଂସ୍ଥା।

ତେବେ ବିଦିଶା କ୍ରାଫ୍ଟ ବ୍ୟାନରରେ ବରିଷ୍ଠ ପ୍ରଯୋଜକ ବିଜୟ କାଣ୍ଡୋଇଙ୍କ ପ୍ରଯୋଜନାରେ ଏହି ସିନେମା ନିର୍ମାଣ ହୋଇଛି। ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଅଭିନେତା ସମ୍ବିତ ଆଚାର୍ଯ୍ୟ। ଫିଲ୍ମର ଲେଖକ କହିଛନ୍ତି, ଏହି ଫିଲ୍ମ ସତ କାହାଣୀକୁ ନେଇ ପର୍ଯ୍ୟବେସିତ। କୌଣସି ଧର୍ମକୁ ନୀଚା ଦେଖାଇବା ଫିଲ୍ମର ଉଦ୍ଦେଶ୍ୟ ନୁହେଁ । ତେବେ ଗୁଇନ୍ଦା ବିଭାଗର ସତର୍କତା ଓ ସୋସିଆଲ ମିଡ଼ିଆରେ ବିବାଦ ଦେଖା ଦେବା ପରେ ସନାତନୀ ଫିଲ୍ମ ରିଲିଜକୁ ନେଇ ପ୍ରଶାସନ କି ପଦକ୍ଷେପ ନେଉଛି ତା ଉପରେ ନଜର। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe