କନକ ବ୍ୟୁରୋ : କୁମ୍ଭକାରଙ୍କ ହାତରୁ ଜୀବନ୍ତ ରୂପ ନେଉଛି ମାଟି । ମନମୋହୁଛି ମାଟିରୁ ପ୍ରସ୍ତୁତ ହୋଇଥିବା ବିଭିନ୍ନ ପ୍ରକାର ସାମଗ୍ରୀ । ପାରମ୍ପରିକ ମାଟି ଜିନିଷ ପ୍ରସ୍ତୁତ କରିବା ସହ ଆଧୁନିକତାର ସ୍ପର୍ଶ ଦେଉଛନ୍ତି ବାଲେଶ୍ୱର ଔପଦାର କୁମ୍ଭକାର ରମେଶଚନ୍ଦ୍ର ମୁଦୁଲି । ନିଜେ ସ୍ୱାବଲମ୍ବୀ ହେବା ସହ ୩୦ଜଣ ମହିଳାଙ୍କୁ ମଧ୍ୟ ସେ ସ୍ୱାବଲମ୍ବୀ କରିପାରିଛନ୍ତି । ରମେଶଙ୍କ ହାତରୁ ଜୀବନ୍ତ ରୂପ ପାଉଥିବା ମାଟିକାମକୁ ଦେଖିବାକୁ ବାଲେଶ୍ୱର ପଲ୍ଲିଶ୍ରୀ ମେଳାରେ ଲୋକଙ୍କ ଭିଡ ଜମୁଛି । 

Advertisment
କୁମ୍ଭକାର ୧
କୁମ୍ଭକାର ୧ Photograph: (KanakNews )

 

ଧିରେଧିରେ ଚାହିଦା କମୁଥିବାରୁ କୌଳିକ ବୃତିରୁ ମୁହଁ ଫେରାଉଛନ୍ତି କୁମ୍ଭକାର । କିନ୍ତୁ ଦାଦନ କାମ ଛାଡି ୧୫ ବର୍ଷ ଧରି ନିଜ କୌଳିକ ବୃତିକୁ ଆପଣାଇ ସ୍ୱତନ୍ତ୍ର ପରିଚୟ ତିଆରି କରିପାରିଛନ୍ତି ରମେଶ । ଅତି ସୁକ୍ଷ୍ମ କାରୁକାର୍ୟ୍ୟ ସହ ମାଟିର ହାତୀ, ଘୋଡା, ବେଙ୍ଗ, କଇଁଛ ଏବଂ ଘରର ସାଜସଜ୍ଜା ଜିନିଷପତ୍ର ସହ ମାଟି ହାଣ୍ଡି, କରେଇ, ସୁରେଇ, ପ୍ଲେଟ୍ ପ୍ରସ୍ତୁତ କରୁଛନ୍ତି ରମେଶ । ଏପରିକି ସେ ତିଆରି କରୁଥିବା ଜିନିଷର ବେଶ୍ ଚାହିଦା ମଧ୍ୟ ରହିଛି । ଯେଉଁଥିପାଇଁ ମାସକୁ ୨୦ହଜାର ଟଙ୍କା ରୋଜଗାର କରିପାରୁଛନ୍ତି ରମେଶ । ମାଟିରୁ ତିଆରି ଜିନିଷର ଅଧିକ ପ୍ରଚାର ପ୍ରସାର କରାଯାଇପାରିଲେ, କୁମ୍ଭକାରମାନେ ଅଧିକ ଉପକୃତ ହୋଇପାରନ୍ତେ ।