କନକ ବ୍ୟୁରୋ: କମୁଛି ବିଜେଡ଼ିର ଦବଦବା । ତୃଣମୂଳସ୍ତରରେ ଦୁର୍ବଳ ପଡୁଛି ଦଳ। ରାଜ୍ୟର ଅଧିକାଂଶ ବ୍ଲକ୍ ଅଧ୍ୟକ୍ଷ ପଦ ବିଜେଡି ଅଧିନରେ ଥିବାବେଳେ ଧିରେ ଧିରେ ଗୋଟିଏ ଗୋଟିଏ ବ୍ଲକ୍ରେ ଅଧ୍ୟକ୍ଷ ପଦ ଛାଡୁଛନ୍ତି ବିଜେଡି ନେତା । ଗତକାଲି ଯାଜପୁର ଧର୍ମଶାଳା ବ୍ଲକ୍ ଅଧ୍ୟକ୍ଷ ପଦରୁ ପ୍ରଭାତ ବଳବନ୍ତରାୟ ଇସ୍ତଫା ଦେବା ପରେ ଏଭଳି ଏକ ରାଜନୈତିକ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଆସନ୍ତାକାଲି ହୋଇଥାନ୍ତା ଯାଜପୁର ଧର୍ମଶାଳା ବ୍କକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ଭୋଟିଂ । ଏହା ପୂର୍ବରୁ ଗତକାଲି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ପ୍ରଭାତ ବଳବନ୍ତରାୟ । ୪୫ଟି ପଂଚାୟତ ବିଶିଷ୍ଟ ଧର୍ମଶାଳା ବ୍ଲକ୍ ବିଜେଡି ଦଖଲରେ ରହିଥିବା ବେଳେ ବିଜେଡି ନେତା ପ୍ରଣବ ବଳବନ୍ତରାୟଙ୍କ ଭାଇ ପ୍ରଭାତ ବଳବନ୍ତରାୟ ବର୍ତ୍ତମାନ ପର୍ଯ୍ୟନ୍ତ ଅଧ୍ୟକ୍ଷ ଥିଲେ । ଗତ ୧୧ ତାରିଖରେ ଧର୍ମଶାଳା ବ୍ଲକ ର ୩୮ ଜଣ ସରପଞ୍ଚ ସମିତି ସଭ୍ୟ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ନେଇ ଯାଜପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିଥିଲେ । ଆସନ୍ତାକାଲି ଅନାସ୍ଥା ଭୋଟିଂ ହେବାର ଧାର୍ଯ୍ୟ ହୋଇଥିଲା ।
ଅନାସ୍ଥା ହେବା ପୂର୍ବରୁ ଅଧ୍ୟକ୍ଷ ପଦରୁ ପ୍ରଭାତ ବଳବନ୍ତରାୟ ଇସ୍ତଫା ଦେବା ଧର୍ମଶାଳା ରାଜନୀତିକୁ ଉଷ୍ମ କରିଛି । ଏହା ପୂର୍ବରୁ ବି ଅନେକ ବ୍ଲକ୍ରେ ଏଭଳି ଚିତ୍ର ସାମ୍ନାକୁ ଆସିଛି । ଅନାସ୍ଥା ଭୋଟରେ ପରାଜିତ ହୋଇ ପଦ ହରାଇଛନ୍ତି କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଳକର ପୂର୍ବତନ ଅଧ୍ୟକ୍ଷା କଳ୍ପନା ରାଉତ । ଗତ ମାର୍ଚ୍ଚ ୨୦ରେ ତାରିଖରେ ପୌରାଧ୍ୟକ୍ଷ କଳ୍ପନା ରାଉତଙ୍କ ବିରୋଧରେ ଆଣିଥିଲେ ଅନାସ୍ଥା ଆଣିଥିଲେ ୪୩ ସମିତିସଭ୍ୟ । ପରେ ମେ ୨୮ ତାରିଖରେ ହୋଇଥିଲା ଅନାସ୍ଥା ଭୋଟ । ମୋଟ ୬୨ ସରପଂଚ ଓ ସମିତିସଭ୍ୟଙ୍କ ମଧ୍ୟରୁ ଅନାସ୍ଥା ସପକ୍ଷରେ ପଡ଼ିଥିଲା ୪୯ ଭୋଟ। ଫଳରେ ବିଜେଡି ହାତରୁ ଚାଲି ଯାଇଥିଲା ମହାକାଳପଡ଼ା ବ୍ଲକ ।