କନକ ବ୍ୟୁରୋ : ବିଜେଡି ସରକାର ସମୟରେ ନିପ୍ପନ ଷ୍ଟିଲକୁ ନେଇ ଯେଉଁ କଥା ଉଠିଥିଲା ତାହା ସାକାର ହେବାକୁ ଯାଉଛି । ରାଜ୍ୟରେ ଖୁବଶୀଘ୍ର ନିପ୍ପନ ଷ୍ଟିଲ ତାର କାର୍ଯ୍ୟ ଆରମ୍ଭ କରିବ ବୋଲି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ସୂଚନା ଦେଇଛନ୍ତି । ସେ କହିଛନ୍ତି ରାଜ୍ୟରେ ନିପ୍ପନ ଷ୍ଟିଲ ପାଇଁ ବିଭାଗ ତରଫରୁ ଯାହା ଆନୁଷଙ୍ଗିକ ସୁବିଧା ଦରକାର ତାହା ବିଭାଗ ତରଫରୁ ଯୋଗାଇ ଦିଆଯିବ । ସେପଟେ ଆସନ୍ତାକାଲିଠୁ ୨ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦିଲ୍ଲୀରେ ନିବେଶକ ସମ୍ମିଳନୀରେ ଯୋଗଦେବେ ମୁଖ୍ୟମନ୍ତ୍ରୀ। ଆସନ୍ତା ୩ ତାରିଖରେ ହୋଟେଲ ତାଜରେ ନିବେଶକ ସମ୍ମିଳନୀ ଆୟୋଜିତ ହେବ। ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ 'ଉତ୍କର୍ଷ ୨୦୨୫'ର ପ୍ରାକ୍ ପ୍ରସ୍ତୁତି ପାଇଁ ଦିଲ୍ଲୀ ଯାଉଛନ୍ତି ସିଏମ୍। ତାଙ୍କ ସହ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ, ମୁଖ୍ୟ ସଚିବ, ଶିଳ୍ପ ବିଭାଗର ବରିଷ୍ଠ ପଦାଧିକାରୀ ଯାଉଛନ୍ତି । ବିଭିନ୍ନ ଦେଶର ଆମ୍ବାସାଡର, ହାଇକମିଶନର, ଟ୍ରେଡ୍ କମିଶନର, କନସଲ୍ଟ ଜେନେରାଲଙ୍କ ସହ ଆଲୋଚନା କରିବେ। ବିଭିନ୍ନ ଶିଳ୍ପପତିଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା କରିବେ। ଶେଷରେ ଏକ ରୋଡ୍ ସୋ’ ଆୟୋଜିତ ହେବ । ଆସନ୍ତାବର୍ଷ ଜାନୁଆରି ୨୮ ଏବଂ ୨୯ ତାରିଖରେ ମେକ ଇନ୍ ଓଡିଶା କନକ୍ଲେଭ୍ ଉତ୍କର୍ଷ ଓଡିଶା କାର୍ୟ୍ୟକ୍ରମ ଆୟୋଜିତ ହେବ।
ଋାଜ୍ୟ ଶିଳ୍ପମନ୍ତ୍ରୀଙ୍କ ବଡ଼ ସୂଚନା । ଖୁବଶୀଘ୍ର ହେବ ନିପ୍ପନ ଷ୍ଟିଲ, ପକଳ୍ପ ପାଇଁ ଯୋଗାଇ ଦିଆଯିବ ଆନୁଷଙ୍ଗିକ ସୁବିଧା
ସେପଟେ ଆସନ୍ତାକାଲିଠୁ ୨ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦିଲ୍ଲୀରେ ନିବେଶକ ସମ୍ମିଳନୀରେ ଯୋଗଦେବେ ମୁଖ୍ୟମନ୍ତ୍ରୀ। ଆସନ୍ତା ୩ ତାରିଖରେ ହୋଟେଲ ତାଜରେ ନିବେଶକ ସମ୍ମିଳନୀ ଆୟୋଜିତ ହେବ। ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ 'ଉତ୍କର୍ଷ ୨୦୨୫'ର ପ୍ରାକ୍ ପ୍ରସ୍ତୁତି ପାଇଁ ଦିଲ୍ଲୀ ଯାଉଛନ୍ତି ସିଏମ୍। ତାଙ୍କ ସହ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ, ମୁଖ୍ୟ ସଚିବ, ଶିଳ୍ପ ବିଭାଗର ବରିଷ୍ଠ ପଦାଧିକାରୀ ଯାଉଛନ୍ତି।
/kanak/media/media_files/hpr7nLda06rgmjmPKM0O.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)