‘ଅପରେସନ୍‌ ସିନ୍ଦୂର’କୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ, ଦମ୍‌ ଦେଖାଇଲା ଭାରତୀୟ ସେନା

ଅପରେସନ ସିନ୍ଦୂର । ବିଶ୍ବ ଦେଖିଲା ଭାରତୀୟ ସେନାର ପରାକ୍ରମ, ବୀରତ୍ବ,ସାହାସ ଓ ଶତ୍ରୁ ବି ଜାଣିଲେ ଭାରତ ଉପରେ କ୍ରୁର ଦୃଷ୍ଟି ପକାଇଲେ କ’ଣ ହୁଏ ପରିଣାମ ।

BJP Pa

Photograph: (KanakNews )

କନକ ବ୍ୟୁରୋ, ଅପରେସନ ସିନ୍ଦୂର । ବିଶ୍ବ ଦେଖିଲା ଭାରତୀୟ ସେନାର ପରାକ୍ରମ, ବୀରତ୍ବ,ସାହାସ ଓ ଶତ୍ରୁ ବି ଜାଣିଲେ ଭାରତ ଉପରେ କ୍ରୁର ଦୃଷ୍ଟି ପକାଇଲେ କ’ଣ ହୁଏ ପରିଣାମ । ପୂର୍ବରୁ ସେନା ଓ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଅପରେସନକୁ ନେଇ ସୂଚନା ଦିଆଯାଇଥିବାବେଳେ ଆଜି ବିଜେପି ତଥ୍ୟ ଓ ପ୍ରମାଣ ଦେଇଛି ।

ଅପରେସନ ସିନ୍ଦୂରରେ ଭାରତ ପାକିସ୍ତାନର ୧୦ ପ୍ରମୁଖ ସାମରିକ ଘାଟିକୁ ମାଟିରେ ମିଶାଇଛି । ରାଓଲପିଣ୍ଡି, କରାଚୀ, ଲାହୋରରେ ଆତଙ୍କୀ ଅପରେସନ ଏହି ଘାଟିରୁ ମିଳିତଭାବେ ଚଳାଉଥିଲେ ପାକ ସେନା ଓ ଆତଙ୍କୀ ସଂଗଠନ । ଏହାକୁ ପ୍ରଥମେ ଚିହ୍ନଟ ପରେ ଶକ୍ତିଶାଳୀ ମିସାଇଲ ଜରିଆରେ ଧ୍ବଂସ କରିଥିଲା ଭାରତ । ତେବେ  ପୂର୍ବରୁ କିଛି ଭିଡିଓ ଜାରି ହୋଇଥିବାବେଳେ ଏବେ ସାମ୍ନାକୁ ଆସିଛି  ଧ୍ବଂସଲୀଳାର ସାଟେଲାଇଟ ଫଟୋ ।

ପହଲଗାମ ଆତଙ୍କୀ ଆକ୍ରମଣର ଗୋଟି ଗୋଟି କରି ହିସାବ ନିକାସ କରିଛି ଭାରତ । ପାକିସ୍ତାନକୁ ଜଳ, ସ୍ଥଳ, ଆକାଶ ସବୁଆଡୁ ଘେରିଛି ଭାରତ । ସେପଟେ ଆକ୍ରମଣ ଘଟଣାରେ ଭାରତ, ବିଶ୍ବ ସମୁଦାୟର ସମର୍ଥନ ହାସଲ କରିବା ପାକିସ୍ତାନକୁ ବଡ଼ ଝଟକା ଦେଇଛି । ଏକଘରିଆ ପାକିସ୍ତାନ ଆଗକୁ କ’ଣ କରିବ ନ କରିବ କିଛି ବୁଝିପାରୁନି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe