କନକ ବ୍ୟୁରୋ : ପାକିସ୍ତାନ ତରଫରୁ ଆରମ୍ଭ କରାଯାଇଥିବା ଯୁଦ୍ଧର ପରିଣତି ଭୋଗୁଛି ନିଜେ । ଭାରତୀୟ ସେନା ପାକିସ୍ତାନର ବିଭିନ୍ନ ସ୍ଥାନରେ ପଶି ଆକ୍ରମଣ କରିବା ଆରମ୍ଭ କରିଛି । ଏହି କ୍ରମରେ ଭାରତୀୟ ସେନା ଲାହୋର, ଇସଲାମାବାଦ ଭଳି ପାକିସ୍ତାନର ବଡ ବଡ ସହରରେ ପଶି ସିଧା ସଳଖ ଭାରତୀୟ ସେନା ଆକ୍ରମଣ କରିବାରେ ଲାଗିଛି ।
ସେପଟେ ଆମେରିକା ପାକିସ୍ତାନକୁ ପରାମର୍ଶ ଦେଇଛି । ଆମେରିକା ବିଦେଶ ମନ୍ତ୍ରୀ ଓ ଭାରତୀୟ ବିଦେଶ ମନ୍ତ୍ରୀ ଫୋନ ମାଧ୍ୟମରେ ଆଲୋଚନା କରିଛନ୍ତି । ଏଥିରେ ଆମେରିକା ବିଦେଶ ମନ୍ତ୍ରୀ କହିଛନ୍ତି କି, ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ପଛକୁ ହଟିବାକୁ ପରାମର୍ଶ ଦେଇଛନ୍ତି ।