ଆଧ୍ୟାତ୍ମ ଜୀବନର ଆଧାର ପାଲଟିଗଲେ ଦୁଃଖଭରା ଜୀବନ ବି ଶାନ୍ତିର ସାଗରରେ ବୁଡ଼ ପକାଏ । ମନରୁ ଭୟ ,ଡ଼ରର ମାୟାକୁ କାଢି ଫୋପାଡି ନିଡ଼ରର ରାସ୍ତାରେ ଚାଲିବା ଶିଖାଏ ଆଧ୍ୟାତ୍ମିକତା । ଏହି କ୍ରମରେ ଏକ ଓଡ଼ିଆ ଭଜନ ମନେ ପଡ଼ିଯାଉଛି , ପଙ୍ଗୁ ଲଙ୍ଘେ ଗିରି ତୋ ଦୟା ହୋଇଲେ .. ଦେବ ହୁଏ ଦାରୁ ତୋର ଇଚ୍ଛା ବଳେ .. ସତରେ ଆଜ୍ଞା ଆଧ୍ୟାତ୍ମିକତାର ଏ ମାର୍ଗ ଯେତେ ଜଟିଳ ସେତେ ଶାନ୍ତିଦାୟକ । ମନରେ ଯେତେବେଳେ ଆସ୍ଥାର ଢେଉ ଲହରୀ ଖେଳେ କେତେ ଯେ ଜଟିଳ ପଥରକୁ ନିଜ ସଙ୍ଗେ ନେଇ ଚାଲିଯାଏ ତାହା ଭୁକ୍ତଭୋଗୀ ହିଁ କହିପାରିବେ । ଆତ୍ମବିଶ୍ବାସ ଏବଂ ବିଶ୍ବାସର ମାର୍ଗକୁ ପ୍ରସାରିତ କରୁଥିବା ଆଧ୍ୟାତ୍ମିକ ଜୀବନ ଈଶ୍ବରଙ୍କ ଶରଣକୁ ଆପେ ଆପେ ବାଟ କଢାଇନିଏ । ଏମିତି ହିଁ ଏକ ଉଦାହରଣ ଆସୁଛି ମହାକୁମ୍ଭରୁ । ଧନବାଦ୍ ରୁ ମହାକୁମ୍ଭ ଚାଲିଆସିଛନ୍ତି ଜଣେ ୯୨ ବର୍ଷୀୟ ବୃଦ୍ଧା ମହିଳା । 

Advertisment

rferfwe4rf

ପ୍ରତିଦିନ ମହାକୁମ୍ଭକୁ ଲକ୍ଷ ଲକ୍ଷ ସଂଖ୍ୟାରେ ଶ୍ରଦ୍ଧାଳୁ ଆସୁଛନ୍ତି , ପ୍ରତିଦିନ ସଙ୍ଗମରେ ସାହି ସ୍ନାନ କରି ବୁଡ଼ ପକାଉଛନ୍ତି । ଯେଉଁଭଳି ହାଡ଼ଭଙ୍ଗା ଶୀତ ପ୍ରୟାଗରାଜରେ ହେଉଛି ଯୁବାବର୍ଗଙ୍କ ବାର ବାଜିଯାଉଛି । ପ୍ରତିଦିନ ସଙ୍ଗମରେ ବୁଡ଼ ଏବଂ ୨୦ ରୁ ୨୫ କିଲୋମିଟର ପର୍ୟ୍ୟନ୍ତ ବ୍ୟାପିଥିବା ମହାକୁମ୍ଭରେ ଚାଲିବା ଯୁବପିଢୀଙ୍କ ପାଇଁ କଷ୍ଟକର ହେଉଛି । କିନ୍ତୁ ଏହାରି ଭିତରେ ଜଣେ ବୃଦ୍ଧା ମହିଳା ଘରେ ପରିବାରରେ କାହାକୁ କିଛି ନଜଣାଇ ବାହାରି ଆସିଛନ୍ତି ଆସ୍ଥାର ସ୍ଥଳ ମହାକୁମ୍ଭକୁ । 

sfersfwefw

ନାଁ ତାଙ୍କର ତାରାଦେବୀ । ବୟସ ଆସି ୯୨ ଛୁଇଁଲାଣି ହେଲେ ମନରେ ଏବେବି ଭରିରହିଛି ଜୋସ୍ । ବୁଢୀ ମା’ଙ୍କୁ ଯେତେବେଳେ ପଚରାଗଲା , ମା’ ଏକା କାହିଁକି ଆସିଛ । ସେ କହିଲେ,ବୟସ ହେଲାଣି ବୋଲି ପରିବାର ଭାବୁଛନ୍ତି ମୁଁ କେଉଁଠି ହଜିଯିବି କି ଚାଲିପାରିବିନି ପଡ଼ିଯିବି । ହେଲେ ମୋ ଗୋଡରେ ବହୁତ ବଳ । ୧୪୪ ବର୍ଷ ପରେ ମହାକୁମ୍ଭ ପଡ଼ିଛି ମୁଁ ଘରେ ଟିଭିରେ ବସି କେମିତି ଏହାର ସାକ୍ଷୀ ରହିବି । ମହାକୁମ୍ଭକୁ ଆସିବା ପାଇଁ ମନ ଡ଼ାକିଲା ସେଥିପାଇଁ ନାତୁଣୀକୁ ମୁଁ ଯାଉଛି କହି ବାହାରି ଆସିଲି । 

ମୋବାଇଲ୍ ଫୋନ୍ ଚଲାଇପାରୁନଥିବା ବୁଢୀ ମା’ଙ୍କ ପାଖରେ ଦୂରଭାଷ ନାହିଁ ସତ ହେଲେ ଅଭିଜ୍ଞତା ରହିଛି । ଧନବାଦ୍ ରୁ ଟ୍ରେନ୍ ଧରି ସେ ପ୍ରୟାଗରାଜ ଚାଲିଆସିଲେ ଆଉ ମହାକୁମ୍ଭରେ ସାହି ସ୍ନାନ କଲେ । ସାଧୁମହାତ୍ମାଙ୍କଠାରୁ ଆଶିର୍ବାଦ ନେଲେ , କେତେ ଭାଷାଭାଷୀ ଲୋକଙ୍କ ସହ ମିଶି ମହାକୁମ୍ଭ ବୁଲିଲେ ଆଉ ତା’ପରେ ପୁଣି ଘରକୁ ଲେଉଟିଗଲେ । ତାରାଦେବୀ ପୂର୍ବରୁ ମଧ୍ୟ ଅନେକ ଥର କୁମ୍ଭମେଳାକୁ ଆସିଛନ୍ତି କିନ୍ତୁ ଚଳିତଥର ପ୍ରବଳ ଗହଳି ନେଇ ପରିବାର ଲୋକ ସଙ୍ଗମ ଆସିବାକୁ ଅମଙ୍ଗିଥିଲେ । ହେଲେ ମନ ଯଦି ଡାକିଲା ରୋକିବ ବା କିଏ? ଆସ୍ଥାର ଏ ସୌଭାଗ୍ୟପୂର୍ଣ୍ଣ ଅବସରକୁ ରୋକିପାରିଲାନି ତାରାଦେବୀଙ୍କ ବର୍ଦ୍ଧିତ ବୟସ । ବିଶ୍ବାସ ଆଗରେ ହାର୍ ମାନିଲା ବୟସ । ଆଉ ମହାକୁମ୍ଭରେ ବୁଡ଼ ପକାଇ ପୂଣ୍ୟ ଅର୍ଜିଲେ ୯୨ ବର୍ଷୀୟ ଏହି ବୁଢୀ ମା’ ।  

fdrgergtfertfge