କନକ ବ୍ୟୁରୋ: ସମସ୍ୟା ଘେରରେ ଯାଜପୁର ରସୁଲପୁର ବ୍ଳକ ଗୋପାଳପୁର ଗାଁର ତନ୍ତ କାରିଗର। ଉତ୍ପାଦିତ ସାମଗ୍ରୀର ବଜାର ଚାହିଦା ମାନ୍ଦା ସାଙ୍ଗକୁ ଟସର କୋଷାର ଦର ବୃଦ୍ଧି ବ୍ୟବସାୟୀଙ୍କୁ ଅଡୁଆ କରୁଛି। ରାଜ୍ୟ ସରକାରଙ୍କ ପକ୍ଷରୁ କାରିଗରଙ୍କୁ ମିଳୁଥିବା ସୁବିଧା ସୁଯୋଗ ଅଧାବାଟରେ ହଡପ ହେଉଥିବା ଅଭିଯୋଗ ହୋଇଛି।
ରସୁଲପୁର ବ୍ଲକ ଗୋପାଳପୁର ଗାଁ। ପ୍ରାୟ ୮ଶହ ପରିବାରର ୪ହଜାରରୁ ଅଧିକ ଲୋକ ବୁଣାକାର। ପୁରୁଷାନୁକ୍ରମେ ଟସରରୁ ଶାଢୀ, ସାଲ୍, ସାର୍ଟ କପଡା, ଓଢଣୀ ଆଦି ପ୍ରସ୍ତୁତ କରନ୍ତି। ସ୍ଥାନୀୟ ସୋସାଇଟିରୁ ଟସର ଆଣି ତାକୁ ସିଝାଇ ସୂତା ବାହାର କରି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିଥାନ୍ତି। ଏବେ କିନ୍ତୁ ସରକାର ଟସର କୋଷାର ଦର ବଢାଇ ଦେବାରୁ କାରିଗରମାନଙ୍କ ଉପରେ ଆର୍ଥିକ ବୋଝ ପଡୁଛି। ତେଣେ ପୂର୍ବପରି ଆଉ ବିକ୍ରିବଟା ହେଉନାହିଁ। ଖର୍ଚ୍ଚ ବଢୁଥିବା ବେଳେ ରୋଜଗାର କମୁଥିବାରୁ ସଙ୍କଟରେ ବୁଣାକାର ପରିବାର।
ବୁଣାକାରଙ୍କ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ବୟନଶିଳ୍ପ ବିଭାଗ ସୋସାଇଟି ଜରିଆରେ ବିଭିନ୍ନ ସୁବିଧା ସୁଯୋଗ କରିଛନ୍ତି। ହେଲେ ଗୋପାଳପୁର ଟସର ବୁଣାକାରଙ୍କ ପାଖରେ ତାହା ପହଞ୍ଚି ପାରୁନାହୁଁ। ବୁଣାକାରଙ୍କୁ ଚିହ୍ନଟ କରି ପରିଚୟ ପତ୍ର ଦେବାର ବ୍ୟବସ୍ଥା ରହିଛି। କିନ୍ତୁ ସୋସାଇଟି ପକ୍ଷରୁ ତାହା କରାଯାଇ ନାହିଁ। ତେଣୁ ପ୍ରକୃତ ବୁଣାକାର ସରକାରୀ ସୁବିଧା ସୁଯୋଗରୁ ବଂଚିତ ହେଉଥିବା ଅଭିଯୋଗ କରିଛନ୍ତି। ବୁଣାକାରଙ୍କ ପାଇଁ ଆଉ ଏକ ସମସ୍ୟା ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟ କରୁଥିବା ବୟନିକା। କାରିଗର ଉତ୍ପାଦିତ ଟସର ଶାଢୀ ଓ ଅନ୍ୟାନ୍ୟ ସାମଗ୍ରୀ କିଣିବା ବନ୍ଦ କରିଦେଇଛି ବୟନିକା। ତେଣୁ ଉତ୍ପାଦିତ ସାମଗ୍ରୀ ଉପଯୁକ୍ତ ଦରରେ ବିକ୍ରି କରିପାରୁନଥିବା କହିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2024/11/21/IIJXUY1XwVfga6dR6hqF.jpg)