କନକ ବ୍ୟୁରୋ : ବୋଲଗଡ଼ ବ୍ଲକର ବଡ଼ ଗ୍ରାମପଞ୍ଚାୟତ ଭାବେ ପରିଚିତ ସଗାରଗାଁ ପଂଚୟତ। ପାହାଡ଼ ଜଙ୍ଗଲ ଭରା ମନଲୋଭା ପରିବେଶ। କିନ୍ତୁ ଦୁଃଖ ପାଲଟିଛି ରାସ୍ତା। ଏହି ରାସ୍ତା ଦେଇ ମଣ୍ଡନଗିରିକୁ ଯାଇଥାନ୍ତି ପର୍ଯ୍ୟଟକ। ଅବସ୍ଥା ଏମିତି ଯେ, କେତେ ବେଳେ କ'ଣ ହେବ ତାହା କହିହେବନି। କାହା ଗାଡିର ଟାୟାର ଫାଟୁଛି ତ କେହି କେହି ସ୍ଲିପ ହୋଇ ପଡି ଯାଉଛନ୍ତି। ପ୍ରତିଦିନ ଏମିତି କିଛି ନା କିଛି ଘଟୁଥିବା ନଜିର ରହିଛି।
ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୪ କୋଟିରୁ ଅଧିକ ଟଙ୍କା ବିନିଯୋଗରେ ଜରିପଡ଼ା-ପାଟବନ୍ଦ ରାସ୍ତା ତିଆରି ହେଉଛି। ବର୍ଷେ ହେଲା ରାସ୍ତା କାମ ଅଧାରେ ଛାଡ଼ି ଠିକାଦାର ଛୁ ମାରିଛି। ସେଥିପାଇଁ ହିନସ୍ତା ହେଉଛନ୍ତି ସ୍ଥାନୀୟ ବାସିନ୍ଦା ଓ ପର୍ୟ୍ୟଟକ। ହେଲେ ଏବାବଦରେ ଯେମିତି ବିଭାଗ ପାଖରେ କୌଣସି ଖବର ନାହିଁ। ନିଜ ଅସହାୟତା ପ୍ରକାଶ କରି ବିଭାଗୀୟ ଯନ୍ତ୍ରୀ କହୁଛନ୍ତି, ବାରମ୍ବାର କହିବା ପରେ ବି ଠିକାଦାର କାମ କରୁନାହିଁ ।
ପୁରୁଣା ସରକାରଙ୍କ ସମୟରେ ଆରମ୍ଭ ହୋଇଥିବା ରାସ୍ତା କାମ ଅଧାରେ ପଡ଼ିଛି। ବର୍ତ୍ତମାନର ସରକାର ଲୋକଙ୍କ କାମ ଉପରେ ପ୍ରାଥମିକତା ଦେଉଥିବା କହୁଛନ୍ତି। ତେବେ ଜରିପଡ଼ା-ପାଟବନ୍ଦ ରାସ୍ତା କାମ ସଂପୂର୍ଣ୍ଣ କରିବା ଦିଗରେ ପଦକ୍ଷେପ ନେବେ କି? କାମରେ ଅବହେଳା ପାଇଁ କାର୍ୟ୍ୟାନୁଷ୍ଠାନ ନିଆଯିବ କି? ବୋଲି ପ୍ରଶ୍ନ ଉଠିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/01/30/qx2nZmPFRWXxFR8ty8Gn.jpg)