କନକ ବ୍ୟୁରୋ : ଧୂର୍ତ୍ତ ଦମ୍ପତି ହଂସିତା ଓ ଅନୀଲଙ୍କ ସମ୍ପତି ସିଲ୍ କରିବାକୁ ଚିଠି ଲେଖିଛି ଆୟକର ବିଭାଗ। ଏମାନଙ୍କ ନାଁରେ ଥିବା ୪ଟି ଫ୍ଲାଟ ଓ ୫ଟି ଦାମୀ ଗାଡ଼ିର କିଣାବିକା ଉପରେ ୬ ମାସ ଯାଏଁ ରୋକ ଲଗାଯାଇଛି । ଫ୍ଲାଟ ଗୁଡିକ ହଂସିତା ଅଭିଲିପ୍ସା, ଅନୀଲ ମହାନ୍ତି ଓ ସରୋଜ ସାହୁଙ୍କ ନାଁରେ ଥିବା ବେଳେ କୋଟି କୋଟି ଟଙ୍କାର ଗାଡ଼ି ମଧ୍ୟ ଅନୀଲ ଓ ସରୋଜଙ୍କ ନାଁରେ ରହିଛି । ମିଳିଥିବା ସୂଚନା ଅନୁସାରେ ଏହି କର୍ପୋରେଟ ଦଲାଲଙ୍କ ସଂପର୍କରେ ଥିବା ୧୧ ଜଣ ବିଲଡର, କଣ୍ଟ୍ରାକ୍ଟର ଓ ବ୍ୟବସାୟୀଙ୍କୁ ଡାକି ଜେରା କରିସାରିଲାଣି ଆୟକର ବିଭାଗ । ବଡ଼ବଡ଼ିଆଙ୍କ ଛତ୍ରଛାୟା ତଳେ ଏମାନେ ନିଜ କଳା ସାମ୍ରାଜ୍ୟର ବିସ୍ତାର କରୁଥିଲେ । ରାଜନେତାଙ୍କ ସହ ସଂପର୍କ ବଢାଇ ଶାସନ, ପ୍ରଶାସନକୁ ଚକମା ଦେବାରେ ସମର୍ଥ ହେଉଥିଲେ । ତେଣୁ ଆଗକୁ ଆୟକର ବିଭାଗ କେଉଁ ବଡ଼ବଡ଼ିଆଙ୍କୁ ଡାକିବ ଓ ଧୂର୍ତ୍ତ ଦଲାଲଙ୍କ ସଂପର୍କରେ ଥିବା କାହାର ମୁଖା ଖୋଲିବ ତାକୁ ନେଇ ବଡ଼ବଡ଼ିଆଙ୍କ ଛାତି ଧଡପଡ ହେବାରେ ଲାଗିଛି ।