କନକ ବ୍ୟୁରୋ : ବହୁଚର୍ଚ୍ଚିତ ଠକ ଯୋଡ଼ି ହଂସିତା ଅଭିଲିପ୍ସା ଓ ଅନୀଲ ମହାନ୍ତି ମାମଲାରେ ଚାଲିଛି ତଦନ୍ତ । ଆୟକର ବିଭାଗ ତଦନ୍ତକୁ ଜୋରଦାର କରିଛି । ଏବେ ଇନକମ୍ ଟ୍ୟାକ୍ସ ବିଭାଗ ସ୍କାନରରେ ନେତା, ମଦବେପାରୀ ଓ ସୁନା ବ୍ୟବସାୟୀ । ଠକ ଯୋଡ଼ିଙ୍କ କଳାଧନ ଉପରେ ଆୟକର ବିଭାଗ ଛାନଭିନ୍ ଚଳାଇଛି । 

Advertisment

କିନ୍ତୁ ସ୍କାନରରେ ଥିବା ବଡ଼ବଡ଼ିଆ ମାନେ ଜେରା ହେବେ ନା ଖସିଯିବେ, ତାକୁ ନେଇ ସନ୍ଦେହ ଉପୁଜିଛି । କାରଣ ଅର୍ଚ୍ଚନା ନାଗ ମାମଲାରେ ମଧ୍ୟ ବହୁ ନେତା, ବଡ଼ ବଡ଼ ବ୍ୟବସାୟୀ ଥିଲେ । କିନ୍ତୁ ସେତେବେଳେ କାହାରିକୁ ମଧ୍ୟ ଜେରା ପାଇଁ ଡକାଯାଇନଥିଲା । ତେଣୁ ଏବେ ମଧ୍ୟ ସେହିଭଳି ଖସିଯିବେ ନାହିଁ ତ ? ନା ସେମାନଙ୍କୁ ଡାକି ଜେରା କରିବ ଆୟକର ବିଭାଗ ।