କନକ ବ୍ୟୁରୋ: ଚୌଦ୍ବାର ଜେଲ୍ରୁ ୨ କୁଖ୍ୟାତ କଏଦୀ ଫେରାର ଘଟଣା । ଗୁମର ଖୋଲିଲେ ଜେଲ୍ ଡିଆଇଜି ଅନୁସୟା ଜେନା । କହିଲେ, ଡ୍ୟୁଟିରେ ଅବହେଳା କରିଥିଲେ ଜେଲ୍ ସୁପରିଡେଣ୍ଡେଣ୍ଟ ଓ ଜେଲର । କେଉଁଠି ରହିଗଲା ତ୍ରୁଟି, କେମିତି କରାଯାଇଥିଲା ଡ୍ୟୁଟିରେ ଅବହେଳା କନକ ନ୍ୟୁଜ୍ ଆଗରେ ବଖାଣିଲେ । ଆଗକୁ ହୋଇପାରେ ବଡ଼ ଆକ୍ସନ୍ ।
ତେବେ ୨ କଏଦୀ ଚମ୍ପଟ୍ ଘଟଣାରେ ଚିଫ୍ ୱାର୍ଡର୍ ଭଗତ ରାମ୍ ଓ ୱାର୍ଡର୍ ସିଦ୍ଧାନ୍ତ ସାହୁଙ୍କୁ ନିଲମ୍ବନ କରାଯାଇଥିଲା । କାର୍ଯ୍ୟରେ ଅବହେଳା ପାଇଁ ୨ ଜଣଙ୍କୁ ନିଲମ୍ୱନ କରିଥିଲେ ଜେଲ୍ ଡିଜି । ଦୁଇଟି ଭିନ୍ନ ଭିନ୍ନ ସେଲ୍ କାଟି ଫିଲ୍ମ ଷ୍ଟାଇଲରେ ୨ କଏଦି ଚୌଦ୍ବାର ଜେଲରୁ କେମିତି ଚମ୍ପଟ ମାରିଥିଲେ, ମିଳିଥିଲା ତାର ସୁରାକ । କନକ ନ୍ୟୁଜ ହାତରେ ଲାଗିଥିଲା ଏକ୍ସକ୍ଲୁସିଭ ଭିଡ଼ିଓ । ଚୌଦ୍ୱାର ଜେଲରୁ ଖସିଥିବା କଏଦୀଙ୍କ କାରନାମା ପରର ଦୃଶ୍ୟ ସାମ୍ନାକୁ ଆସିଥିଲା । କମ୍ବଳକୁ କମ୍ବଳରେ ବାନ୍ଧି ତିଆରି କରିଥିଲେ ଲମ୍ବା ଦଉଡି। ଫିଲ୍ମର ଦୃଶ୍ୟ ଭଳି ଜେଲ ପାଚେରି ଆରପଟକୁ ପକାଇଥିଲେ କମ୍ବଳ ଓ ବେଡ୍ସିଟ I
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/10/13/jail-2025-10-13-13-34-58.jpg)