ଦିନରେ ହୋଇଥିଲା ଉଦ୍‌ଘାଟନ, ରାତିରେ ଜଳିଗଲା ଗହଣା ଦୋକାନ

Advertisment

ମୁନିଗୁଡ଼ା ବଜାରରେ ଥିବା ଜୁଏଲାରୀରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ସୋରୁମ୍ ।

ମୁନିଗୁଡ଼ା ବଜାରରେ ଥିବା ଜୁଏଲାରୀରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ସୋରୁମ୍ ।

ଜଳିଗଲା ଗହଣା ଦୋକାନ

ଜଳିଗଲା ଗହଣା ଦୋକାନ Photograph: (KanakNews)

କନକ ବ୍ୟୁରୋ:  ଗହଣା ଦୋକାନରେ ଭୟଙ୍କର ନିଆଁ । ହୁତୁ ହୁତୁ ହୋଇ ଜଳିଗଲା ଦୋକାନ । ଗତକାଲି ବିଳମ୍ବିତ ରାତିରେ ରାୟଗଡ଼ା ମୁନିଗୁଡା ବଜାର ସ୍ଥିତ ପ୍ରିୟଙ୍କା ଜୁଏଲାରୀ ନାମକ ଏକ ଗହଣା ଦୋକାନରେ ନିଆଁ ଲାଗିଯିବା ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ କେଉଁ କାରଣରୁ ଏଭଳି ଅଗ୍ନିକାଣ୍ଡ ଘଟିଛି ତାହାର କାରଣ ସ୍ପଷ୍ଟ ହୋଇ ପାରିନାହିଁ ।

ବିଡ଼ମ୍ବନାର କଥା ହେଉଛି ଗତକାଲି ଦୋକାନକୁ ନବୀକରଣ କରି ପୂଜାର୍ଚ୍ଚନା କରାଯାଇ ଶୁଭାରମ୍ଭ କରାଯାଇଥିଲା । ଦୋକାନରେ ଅଳଙ୍କାର ନଥିଲା । ନିଆଁ ଲାଗି ଦୋକାନର ସୋକେଶ, ଅନ୍ୟ ସବୁ ସରଞ୍ଜାମ ସମ୍ପୂର୍ଣ ପୋଡି ନଷ୍ଟ ହୋଇଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe