କନକ ବ୍ୟୁରୋ: ଗହଣା ଦୋକାନରେ ଭୟଙ୍କର ନିଆଁ । ହୁତୁ ହୁତୁ ହୋଇ ଜଳିଗଲା ଦୋକାନ । ଗତକାଲି ବିଳମ୍ବିତ ରାତିରେ ରାୟଗଡ଼ା ମୁନିଗୁଡା ବଜାର ସ୍ଥିତ ପ୍ରିୟଙ୍କା ଜୁଏଲାରୀ ନାମକ ଏକ ଗହଣା ଦୋକାନରେ ନିଆଁ ଲାଗିଯିବା ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ କେଉଁ କାରଣରୁ ଏଭଳି ଅଗ୍ନିକାଣ୍ଡ ଘଟିଛି ତାହାର କାରଣ ସ୍ପଷ୍ଟ ହୋଇ ପାରିନାହିଁ ।
ବିଡ଼ମ୍ବନାର କଥା ହେଉଛି ଗତକାଲି ଦୋକାନକୁ ନବୀକରଣ କରି ପୂଜାର୍ଚ୍ଚନା କରାଯାଇ ଶୁଭାରମ୍ଭ କରାଯାଇଥିଲା । ଦୋକାନରେ ଅଳଙ୍କାର ନଥିଲା । ନିଆଁ ଲାଗି ଦୋକାନର ସୋକେଶ, ଅନ୍ୟ ସବୁ ସରଞ୍ଜାମ ସମ୍ପୂର୍ଣ ପୋଡି ନଷ୍ଟ ହୋଇଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/10/07/jewellery-shop-2025-10-07-11-20-27.jpg)