କନକବ୍ୟୁରୋ: ମାସକର ଶିଶୁକନ୍ୟାକୁ ଧରି ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା। ଭୁବନେଶ୍ବର ଧଉଳି କୌଶଲ୍ୟାଗଙ୍ଗ ଫାଣ୍ଡି ଅଧୀନ ପୁବାଶାସନ ଗ୍ରାମର ଜଣେ ଯୁବକଙ୍କ ଘର ଆଗରେ ଯୁବତୀ ଧାରଣାରେ ବସିଛନ୍ତି କ୍ଷ ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।  ଯୁବତୀ ଜଣଙ୍କ ଗତକାଲିଠୁ ଯୁବତୀ ଜଣଙ୍କ ଧାରଣାରେ ବସି ରହିଛନ୍ତି ।  ଯୁବତୀ ଧାରଣାରେ ବସିଥିବା ବେଳେ ପ୍ରେମିକଙ୍କ ଘର ଲୋକ ଗେଟ ଭିତର ପଟୁ ତାଲା ପକାଇ ଦେଇଥିଲେ। ପରେ ଯୁବତୀ ଜଣଙ୍କ ଗେଟର ବାହାର ପଟୁ ତାଲା ପକାଇ ଦେଇଥିଲେ ।  

Advertisment

ପୁଲିସ ଘଟଣା ସ୍ଥଳରେ ପହଂଚି ବାହାର ପଟର ତାଲା ଖୋଲିଛି । ସୂଚନା ମୁତାବକ,  ଭୁବନେଶ୍ୱର ସ୍ଥିତ ଏକ ପାଥଲ୍ୟାବରେ ଉଭୟ ଯୁବକ ଓ ଯୁବତୀଙ୍କ  କାମ କରୁଥିଲେ । ସେଠାରୁ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା । ପରବର୍ତ୍ତୀ ସମୟରେ ଯୁବତୀ ଜଣଙ୍କ ଗୁଡ଼ିଆପୋଖରି ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିଲେ । ପୁଲିସ ଉକ୍ତ ଘଟଣା ଉପରେ ଅଧିକ ତଦନ୍ତ ଜାରି ରଖିଛି।