କନକ ବ୍ୟୁରୋ : ଆଇସିସି ୨୦୨୪ ଟେଷ୍ଟ ଟିମ୍ ଅଫ ଦି ଇୟର  ଘୋଷଣା କରିଛି । ଦଳରେ ୩ଜଣ ଭାରତୀୟଙ୍କୁ ସ୍ଥାନ ମିଳିଛି , ରୋହିତ-ବିରାଟଙ୍କ ଖରାପ ପ୍ରଦର୍ଶନ ପାଇଁ ଦଳରେ ଜାଗା ମିଳିନାହିଁ । ବ୍ୟାଟର ଭାବେ ଜୟଶ୍ୱାଲ,ଅଲ-ରାଉଣ୍ଡରରୁ ରବିନ୍ଦ୍ର ଜାଡେଜା ଏବଂ ଫାଷ୍ଟ ବୋଲିଂରେ ଜସପ୍ରିତ ବୁମରାହଙ୍କୁ ସ୍ଥାନ ମିଳିଛି । ଆଇସିସି ଟେଷ୍ଟ ସ୍ବାର୍ଡରେ ଅଷ୍ଟ୍ରେଲିଆ ଖେଳାଳୀ ତଥା ଦଳକୁ ରାଙ୍କିରେ ଏକ ନମ୍ବର ସ୍ଥାନରେ ପଂହଚାଇଥିବା  ଅଧିନାୟକ ପ୍ୟାଟ କମିନ୍ସଙ୍କୁ ଅଧିନାୟକ ଭାବେ ଚୟନ କରାଯାଇଛି । ଟେଷ୍ଟରେ ବୁମରାହ ୨୦୨୪ରେ ସର୍ବାଧିକ ୱିକେଟ ନେଇଥିଲେ ,ବର୍ଡର-ଗାଭାସ୍କର ଟ୍ରଫିରେ ବୁମରାହ ୩୨ଟି ୱିକେଟ ନିଜ ନାଁରେ କରିଥିଲେ।ସେହିପରି ଜୟସ୍ବାଲ ଭାରତ ତରଫରୁ ୨୦୨୪ରେ ସର୍ବାଧିକ ରନ କରିଥିଲେ ,ଜୟସ୍ବାଲ୧୫ଟି ମ୍ୟାଚରେ ୧୫୭୪ ରନ କରିଥିଲେ