କଟନୀ ଛଟନୀ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ: କହିଲେ, ଆଇଏଏସ୍ ଅଫିସର କହୁଛନ୍ତି ଚାଷୀ ମିଲରଙ୍କ ଭିତରେ ମୁଣ୍ଡ ପୁରାନ୍ତୁନି ସରକାର

Advertisment

କଟନୀ ଛଟନୀ ନେଇ ଗୁମର ଖୋଲିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ । କହିଛନ୍ତି ମନ୍ତ୍ରୀଙ୍କ ବାଟ ଓଗାଳୁଛନ୍ତି ଅଫିସର । ଅଫିସରଙ୍କ ମନମାନି ଚାଲିଛି। ଅଫିସର କହୁଛନ୍ତି ଚାଷୀ ମିଲରଙ୍କ ଭିତରେ ମୁଣ୍ଡ ପୁରାନ୍ତୁନି ସରକାର । ସରକାରଙ୍କ ନୀତି ହେଉଛି ଜିରୋ କଟନୀ ଛଟନୀ ।

କଟନୀ ଛଟନୀ ନେଇ ଗୁମର ଖୋଲିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ । କହିଛନ୍ତି ମନ୍ତ୍ରୀଙ୍କ ବାଟ ଓଗାଳୁଛନ୍ତି ଅଫିସର । ଅଫିସରଙ୍କ ମନମାନି ଚାଲିଛି। ଅଫିସର କହୁଛନ୍ତି ଚାଷୀ ମିଲରଙ୍କ ଭିତରେ ମୁଣ୍ଡ ପୁରାନ୍ତୁନି ସରକାର । ସରକାରଙ୍କ ନୀତି ହେଉଛି ଜିରୋ କଟନୀ ଛଟନୀ ।

wdwdw

କନକ ବ୍ୟୁରୋ: କଟନୀ ଛଟନୀ ନେଇ ଗୁମର ଖୋଲିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ। କହିଛନ୍ତି ମନ୍ତ୍ରୀଙ୍କ ବାଟ ଓଗାଳୁଛନ୍ତି ଅଫିସର। ଅଫିସରଙ୍କ ମନମାନି ଚାଲିଛି। ଅଫିସର କହୁଛନ୍ତି ଚାଷୀ ମିଲରଙ୍କ ଭିତରେ ମୁଣ୍ଡ ପୁରାନ୍ତୁନି ସରକାର। ସରକାରଙ୍କ ନୀତି ହେଉଛି ଜିରୋ କଟନୀ ଛଟନୀ। ଅନେକ ଜିଲ୍ଲାରେ କଟନୀ ଛଟନୀ ହୋଇନି କିଛି ଜିଲ୍ଲାରେ ମିଲର ମାନମାନି କରୁଛନ୍ତି। ଜିଦି ଧରୁଛନ୍ତି ୬ରୁ ୭ କିଲୋ କାଟିବା ପାଇଁ। ମିଲର କହୁଛନ୍ତି ଚାଷୀ ଏତେ ଟଙ୍କା ପାଉଛନ୍ତି ଆମେ କଣ ପାଇବୁ। ମୋତେ ଆଶ୍ଚର୍ୟ୍ୟ ଲାଗିଲା ଶୁଣିଲି। ମୋତେ ଜଣେ ଆଇଏସ ଅଫିସର କହିଲେ କୃଷକ ମିଲରଙ୍କ ମଧ୍ୟରେ ଛାଡ଼ି ଦିଅନ୍ତୁ ଆପଣ ମୁଣ୍ଡ ପୁରାନ୍ତୁନି ସେମାନେ ଆପେ ନେଇଯିବେ। ମୁଁ ଅଫିସରଙ୍କୁ କହିଲି ତେବେ ଆମ ପଲିସିର ଲାଭ କଣ। ଆଶ୍ଚର୍ୟ୍ୟ ଏଭଳିଆ ମାନସିକତା ରହିଛି ସମସ୍ତଙ୍କୁ ପରିବର୍ତ୍ତନ କରିବାକୁ ସମୟ ଲାଗୁଛି। ଯେତେବଡ଼ ଅଫିସର ହେଉ କଟନୀ ଛଟନୀରେ ସହଯୋଗ କଲେ ତାଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ହେବ ଯେଉଁ ମିଲର ମାନେ ଏମିତି କରିବେ ତାଙ୍କ ମିଲ ବ୍ଲାକ ଲିଷ୍ଟେଡ଼ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe