Photograph: (kanak news)
କନକ ବ୍ୟୁରୋ: ସ୍ୱାମୀର ମାଡ଼ରେ ସ୍ତ୍ରୀ ମୃତ। ତିନି ସନ୍ତାନଙ୍କୁ ମା’ର ମୃତଦେହ ନିକଟରେ ଛାଡି ଅଭିଯୁକ୍ତ ସ୍ୱାମୀ ଫେରାର । ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଝରାଡିହ ଗ୍ରାମରେ ଅଭାବନୀୟ ଘଟଣା। ଗୁରୁବାର ରାତିରେ ସ୍ତ୍ରୀକୁ ପ୍ରଥମେ ମାଡ଼ ମାରି ଗୁରୁତର ଅବସ୍ଥାରେ ଛତାବର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲା ଅଭିଯୁକ୍ତ ସ୍ୱାମୀ । ପରେ ଡାକ୍ତର ଉକ୍ତ ମହିଳାଙ୍କୁ ମୃତ ଘୋଷଣା କରିବା ପରେ ସ୍ତ୍ରୀର ମୃତ୍ୟୁ ଖବର ଜାଣି ପାରି ତିନି ସନ୍ତାନଙ୍କୁ ଡାକ୍ତରଖାନାରେ ମା’ର ମୃତ ଦେହ ନିକଟରେ ଛାଡି ଅଭିଯୁକ୍ତ ସ୍ୱାମୀ ଫେରାର ହୋଇଯାଇଛି । ମୃତ ମହିଳା ଅରଖପାଳ ଗ୍ରାମର ରମେଶ ମାଝୀଙ୍କ ଝିଅ ଚଞ୍ଚଳା ପ୍ରଧାନ ବୋଲି ଜଣାପଡ଼ିଛିକ୍ଷ ୮ ବର୍ଷ ପୂର୍ବେ ଝରାଡିହ ଗ୍ରାମର ଜଗ ପ୍ରଧାନଙ୍କ ପୁଅ ବିଭୁତି ଭୂଷଣ ପ୍ରଧାନଙ୍କ ସହ ପ୍ରେମ ବିବାହ କରିଥିଲେ ଚଞ୍ଚଳା। ବିଭୂତିଙ୍କ ତିନୋଟି ପୁତ୍ର ସନ୍ତାନ ଥିବାବେଳେ ଅନେକ ସମୟରେ ସ୍ୱାମୀ ବିଭୁତି ସ୍ତ୍ରୀଙ୍କୁ ମାରପିଟ୍ କରୁଥିବା ଜଣାପଡିଛି। ରିଆମାଳ ଥାନା ପୁଲିସ ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
Follow Us