କନକ ବ୍ୟୁରୋ: ଲୁହାଛଡ଼ରେ ପିଟିପିଟି ସ୍ତ୍ରୀକୁ ହତ୍ୟାକଲା ନିଶାଗ୍ରସ୍ତ ସ୍ୱାମୀ । ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ମାଡ଼ିବସି ପୁଲିସର ଜିମା ଦେଲେ ଗ୍ରାମବାସୀ । ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମର ତଦନ୍ତ ଆରମ୍ଭ ହୋଇଛି । ମୟୂରଭଞ୍ଜ ବେତନଟୀ ଥାନା ପୁରିନ୍ଦା ସଂସା ଗାଁରୁ ଏଭଳି ବୀଭତ୍ସ ହତ୍ୟାକାଣ୍ଡର ଚିତ୍ର ସାମ୍ନାକୁ ଆସିଛି । ମୃତା ମହିଳା ହେଉଛନ୍ତି ଗଣେଶ ମହାନ୍ତଙ୍କ ସ୍ତ୍ରୀ ସତ୍ୟବତୀ ମହାନ୍ତ । ଜଙ୍ଗଲରୁ ଜାଳେଣି ଆଣିବା ପରେ ଥକ୍କା ଲାଗିବାରୁ ଶୋଇପଡ଼ିଥିଲେ ସତ୍ୟବତୀ । ଏହି ସମୟରେ ନିଶାଗ୍ରସ୍ତ ଅବସ୍ଥାରେ ରହିଥିବା ଗଣେଶ୍ବର ଲୁହାଛଡ଼ରେ ପିଟିପିଟି ପତ୍ନୀଙ୍କ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିଲା । ତେବେ ମଦ୍ୟପ ସ୍ବାମୀକୁ କାବୁ କରି ପୁଲିସ୍ ହାତରେ ଦେଇଛନ୍ତି ଗ୍ରାମବାସୀ । ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି ବେତନଟୀ ଥାନା ପୁଲିସ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us