ମଧ୍ୟରାତ୍ରିରେ ଜଳି ପାଉଁଶ ହୋଇଗଲା ଘର, ପୋଡ଼ିଗଲା ଟଙ୍କା ପଇସା

Advertisment

ଛେଳି, କୁକୁଡ଼ା ଜୀବନ୍ତ ଦଗ୍ଧ । ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ

ଛେଳି, କୁକୁଡ଼ା ଜୀବନ୍ତ ଦଗ୍ଧ । ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ

fire village

fire village Photograph: (KanakNews)

କନକ ବ୍ୟୁରୋ: ମଧ୍ୟରାତ୍ରିରେ ଜଳି ପାଉଁଶ ହୋଇଗଲା ଦୁଇ ବଖରା ଘର । ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ । ଶୁକ୍ରବାର ମଧ୍ୟ ରାତ୍ରିରେ ମୟୂରଭଞ୍ଜ ବେତନଟୀ ବ୍ଲକ ଅଧୀନ ଡେଂଫୌଦା ଗାଁରେ ଘଟିଛି ଏହି ଅଘଟଣ । ଗାଁର ସୁକାନ୍ତି ସିଂ, ତାଙ୍କ ଝିଅ ଓ ନାତି ରାତିରେ ଶୋଇଥିବା ସମୟରେ ହଠାତ କୌଣସି କାରଣରୁ ଘରେ ନିଆଁ ଲାଗିଯାଇଥିଲା । ପରିବାରର ସମସ୍ତେ କୌଣସି ପ୍ରକାରେ ନିଜ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ । 

ଅଗ୍ନିଶମ ବାହିନୀ ଖବର ପାଇ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଥିଲେ ସତ ହେଲେ ସେତେବେଳକୁ ସବୁ କିଛି ସର୍ବସ୍ବାନ୍ତ ହୋଇଯାଇଥିଲା । ୨ ବଖରା ଘର ଓ ଆସବାପତ୍ର ପୋଡ଼ିଯିବା ସହ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି କୁକୁଡ଼ା ଓ ଛେଳି । ଏପରିକି ନାତିର ବାଇକ କିଣା ପାଇଁ ରଖିଥିବା ପ୍ରାୟ ୫୦ହଜାର ଟଙ୍କା ମଧ୍ୟ ଜଳିଯାଇଛି। ମୂଲ ମଜୁରୀ ଲାଗି ଚଳୁଥିବା ପରିବାର ଏବେ ଅସହାୟ ହୋଇପଡ଼ିଛି । ସୁକାନ୍ତିଙ୍କ ପରିବାରକୁ ପ୍ରଶାସନ ସହାୟତା ଯୋଗାଇଦେବାକୁ ଗୁହାରି କରିଛନ୍ତି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe