କନକ ବ୍ୟୁରୋ: ମଧ୍ୟରାତ୍ରିରେ ଜଳି ପାଉଁଶ ହୋଇଗଲା ଦୁଇ ବଖରା ଘର । ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ । ଶୁକ୍ରବାର ମଧ୍ୟ ରାତ୍ରିରେ ମୟୂରଭଞ୍ଜ ବେତନଟୀ ବ୍ଲକ ଅଧୀନ ଡେଂଫୌଦା ଗାଁରେ ଘଟିଛି ଏହି ଅଘଟଣ । ଗାଁର ସୁକାନ୍ତି ସିଂ, ତାଙ୍କ ଝିଅ ଓ ନାତି ରାତିରେ ଶୋଇଥିବା ସମୟରେ ହଠାତ କୌଣସି କାରଣରୁ ଘରେ ନିଆଁ ଲାଗିଯାଇଥିଲା । ପରିବାରର ସମସ୍ତେ କୌଣସି ପ୍ରକାରେ ନିଜ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ । 

Advertisment

ଅଗ୍ନିଶମ ବାହିନୀ ଖବର ପାଇ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଥିଲେ ସତ ହେଲେ ସେତେବେଳକୁ ସବୁ କିଛି ସର୍ବସ୍ବାନ୍ତ ହୋଇଯାଇଥିଲା । ୨ ବଖରା ଘର ଓ ଆସବାପତ୍ର ପୋଡ଼ିଯିବା ସହ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି କୁକୁଡ଼ା ଓ ଛେଳି । ଏପରିକି ନାତିର ବାଇକ କିଣା ପାଇଁ ରଖିଥିବା ପ୍ରାୟ ୫୦ହଜାର ଟଙ୍କା ମଧ୍ୟ ଜଳିଯାଇଛି। ମୂଲ ମଜୁରୀ ଲାଗି ଚଳୁଥିବା ପରିବାର ଏବେ ଅସହାୟ ହୋଇପଡ଼ିଛି । ସୁକାନ୍ତିଙ୍କ ପରିବାରକୁ ପ୍ରଶାସନ ସହାୟତା ଯୋଗାଇଦେବାକୁ ଗୁହାରି କରିଛନ୍ତି ।