କନକ ବ୍ୟୁରୋ : କ୍ୟାପିଟାଲ ହସ୍ପିଟାଲରେ ଅଚଳାବସ୍ଥା , ଡାକ୍ତରଖାନାରୁ ଉଠିପାରୁନି ଗଦା ହୋଇ ରହିଥିବା ଅଳିଆ । କାଜୁଆଲ୍‌ଟିଠାରୁ ମେଡିସିନ ଓ୍ବାର୍ଡ ଯାଏଁ ସବୁଠି କୁଢ଼ କୁଢ଼ ଅଳିଆ ପଡ଼ିରହିଛି । ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗକୁ ନେଇ ଆରମ୍ଭ ହୋଇଥିବା ବିବାଦକୁ ନେଇ ସୁରକ୍ଷାକର୍ମୀ ଆନ୍ଦୋଳନ କରୁଥିବା ବେଳେ ଏହାକୁ ସଫେଇ କର୍ମଚାରୀ ବି ସମର୍ଥନ ଜଣାଇଛନ୍ତି , ଫଳରେ କ୍ୟାପିଟାଲ ହସ୍ପିଟାଲରେ ଏଭଳି ପରିସ୍ଥିତି ଉପୁଜିଛି । ଆଜି ସକାଳୁ ଅଳିଆ ସଫା କରିନାହାନ୍ତି ସଫେଇ କର୍ମଚାରୀ । ଓ୍ବାର୍ଡ ସମେତ ଓ୍ବାର୍ଡ ଭିତରେ ଥିବା ପରିଶ୍ରାଗାର ବି ସଫା ହୋଇନାହିଁ ।

Advertisment

ସୁରକ୍ଷା କର୍ମୀ ଓ ଅଟୋ ଚାଳକଙ୍କ ଭିତରେ ଚାଲିଥିବା ବିବାଦ ପାଇଁ ହନ୍ତସନ୍ତ ହେଲେଣି ରୋଗୀ ଓ ତାଙ୍କ ସମ୍ପର୍କୀୟ । କ୍ୟାପିଟାଲ ହସ୍ପିଟାଲର ସୁରକ୍ଷା କର୍ମୀଙ୍କୁ ସ୍ମାର୍ଟ ଅନଲାଇନ ଅଟୋ ଚାଳକ ସଂଘର ଚାଳକମାନେ ଆକ୍ରମଣ କରିବା ଘଟଣାରେ ପୁଲିସ ଆକ୍ରମଣକାରୀକୁ ଗିରଫ କରିନଥିବାରୁ ଧାରଣାରେ ବସିଛନ୍ତି ସୁରକ୍ଷା କର୍ମୀ । ଏହାକୁ ସମର୍ଥନ ଜଣାଇଛନ୍ତି ସଫେଇ କର୍ମଚାରୀ ।