ସାଇବର ଅପରାଧ ରୋକିବାକୁ ବଡ଼ ପଦକ୍ଷେପ ; ଏଣିକି ରୁଜୁ ହେବ ଇ- ଜିରୋ ଏଫଆଇଆର

ସାଇବର ଅପରାଧ କ୍ଷେତ୍ରରେ ବଡ଼ ପଦକ୍ଷେପ । ଏଣିକି ଇ- ଜିରୋ ଏଫଆଇର ରୁଜୁ କରିବାକୁ ଗୃହମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶ । ୧୦ ଲକ୍ଷରୁ ଅଧିକ ଟଙ୍କା ଠକେଇର ଶିକାର  ହେଲେ ଆପେଆପେ ରୁଜୁ ହେବ ମାମଲା । 

E-zero FIR

E-zero FIR Photograph: (KanakNews)

କନକ ବ୍ୟୁରୋ: ସାଇବର ଅପରାଧୀଙ୍କୁ ଧରିବା ପାଇଁ ଇ-ଜିରୋ ଏଫଆଇଆର ଆରମ୍ଭ କଲେ କେନ୍ଦ୍ର ସରକାର। କେନ୍ଦ୍ର ଗୃହମନ୍ତ୍ରଣାଳୟ ଅଧୀନରେ ଆସୁଥିବା ଭାରତୀୟ ସାଇବର ଅପରାଧ ସମବାୟ କେନ୍ଦ୍ର ଅପରାଧୀଙ୍କ ଗତିବିଧିକୁ ଧରିବା ଓ ରୋକିବା ପାଇଁ ନୂଆ ଇ-ଜିରୋ ଏଫଆଇଆର ପ୍ରଣାଳୀ ଆରମ୍ଭ କରିଛନ୍ତି ।  ଏହି ସୁବିଧା ଦ୍ବାରା ରାଷ୍ଟ୍ରୀୟ ସାଇବର ଅପରାଧ ରିପୋର୍ଟ ପୋର୍ଟାଲ ଏବଂ ହେଲ୍ପ-ଲାଇନ୍ ନମ୍ବର ୧୯୩୦ରେ ରୁଜୁ ହୋଇଥିବା ଅପରାଧ ଗୁଡ଼ିକ ସିଧାସଳଖ ଏଫଆଇଆରରେ ପରିବର୍ତ୍ତନ ହୋଇପାରିବ । 

୧୦ ଲକ୍ଷ ଟଙ୍କା ଉପରକୁ ଠକେଇରେ ଫସିଥିଲେ ଆପଣଙ୍କ ଅଭିଯୋଗ ସିଧାସଳଖ ଏଫଆଇଆରରେ ପରିବର୍ତ୍ତିତ ହୋଇଯିବ । ସୋମବାର ଏହି ସୁବିଧା ଆରମ୍ଭ କରିବା ସହ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ଏହି ଇ-ଏଫଆଇଆର ବ୍ୟବସ୍ଥା କୌଣସି ଆପରାଧିକ ମାମଲାର ତଦନ୍ତ ଗତିକୁ ବଢ଼ାଇବ । ମୋଦୀ ସରକାର ଦେଶକୁ ସାଇବର ସୁରକ୍ଷିତ ଦେଶ ଭାବେ ପରିଗଣିତ କରିବାକୁ  ଯୋଜନା କରିଛନ୍ତି । ଖୁବଶୀଘ୍ର ଇ-ଏଫଆଇଆର ପ୍ରଣାଳୀ ସାରା ଦେଶରେ ଲାଗୁ ହେବ ବୋଲି ଗୃହମନ୍ତ୍ରୀ ଅମିତ ଶାହ ନିଜ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe