କନକ ବ୍ୟୁରୋ : ଜୁନ୍‌ ୧ରୁ ଖୋଲିବ ହୀରାକୁଦ ବନ୍ଧ ପ୍ରକଳ୍ପର ବନ୍ୟା ନିୟନ୍ତ୍ରଣ କକ୍ଷ । ଏହା ୩୧ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ । ମାଷ୍ଟର ନିୟନ୍ତ୍ରଣ କକ୍ଷରୁ ଏହା ପରିଚାଳିତ ହେବ । ମହାନଦୀ ଅବବାହିକାର ମୁଖ୍ୟଯନ୍ତ୍ରୀ ତଥା ଅବବାହିକା ପରିଚାଳକଙ୍କ ଉପରେ ସଂପୂର୍ଣ୍ଣ ବନ୍ୟା ନିୟନ୍ତ୍ରଣ ଦାୟିତ୍ବ ନ୍ୟସ୍ତ କରାଯାଇଛି । ମୁଖ୍ୟଯନ୍ତ୍ରୀ ତଥା ଅବବାହିକା ପରିଚାଳକଙ୍କ ଅନୁପସ୍ଥିତି‌ରେ ହୀରାକୁଦ ବନ୍ଧ ସର୍କଲର ଅତିରକ୍ତ ମୁଖ୍ୟଯନ୍ତ୍ରୀ ବନ୍ୟା ନିୟନ୍ତ୍ରଣ ସଂପର୍କିତ ସମସ୍ତ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ । ବୁର୍ଲା ମୁଖ୍ୟବନ୍ଧର ଅଧୀକ୍ଷଣ ଯନ୍ତ୍ରୀ ତାଙ୍କୁ ସହଯୋଗ କରିବେ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି । ଏଥି ସହିତ କେଉଁ କେଉଁ ଅଧିକାରୀ ଓ ଯନ୍ତ୍ରୀମାନେ ଏସବୁ କାର୍ଯ୍ୟରେ  ସହଯୋଗ କରିବେ, ସେ ସଂପର୍କରେ ମଧ୍ୟ ମୁଖ୍ୟଯନ୍ତ୍ରୀ ତଥା ଅବାବାହିକା ପରିଚାଳକ ଦାୟିତ୍ବ ନ୍ୟସ୍ତ କରିଛନ୍ତି ।