ମାଡି ବସିଥିଲେ ଓଡ଼ିଶା କ୍ରିକେଟ ପ୍ରଶାସନର ସର୍ବୋଚ୍ଚ ପଦ; କ୍ଷମତାରୁ ଯିବା ପରେ ଓସିଏ ସଭାପତି ପଦବୀକୁ ବବିଙ୍କ ବାଏବାଏ

Advertisment

ସରକାର ଗଲା, ଆଉ ପଦ ବି ଛାଡିଲେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ । ରାଜ୍ୟର ଅନ୍ୟତମ ଶକ୍ତିଶାଳୀ ସଂଘ  ଓଡିଶା କ୍ରିକେଟ ଆସୋସିଏସନର ସଭାପତି ପଦରୁ ଅଚାନକ ଇସ୍ତଫା ଦେଇଛନ୍ତି ବବି ଦାସ ।  ଏ ନେଇ ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଂଜୟ ବେହେରା ।

ସରକାର ଗଲା, ଆଉ ପଦ ବି ଛାଡିଲେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ । ରାଜ୍ୟର ଅନ୍ୟତମ ଶକ୍ତିଶାଳୀ ସଂଘ  ଓଡିଶା କ୍ରିକେଟ ଆସୋସିଏସନର ସଭାପତି ପଦରୁ ଅଚାନକ ଇସ୍ତଫା ଦେଇଛନ୍ତି ବବି ଦାସ ।  ଏ ନେଇ ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଂଜୟ ବେହେରା ।

72ryhtuj

72ryhtuj Photograph: (KanakNews )

କନକ ବ୍ୟୁରୋ : ସରକାର ଗଲା, ଆଉ ପଦ ବି ଛାଡିଲେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ । ରାଜ୍ୟର ଅନ୍ୟତମ ଶକ୍ତିଶାଳୀ ସଂଘ  ଓଡିଶା କ୍ରିକେଟ ଆସୋସିଏସନର ସଭାପତି ପଦରୁ ଅଚାନକ ଇସ୍ତଫା ଦେଇଛନ୍ତି ବବି ଦାସ ।  ଏ ନେଇ ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଂଜୟ ବେହେରା ।  ସଂଜୟଙ୍କ ସୂଚନା ଅନୁସାରେ,  ବ୍ୟକ୍ତିଗତ କାରଣ ଦର୍ଶାଇ ପ୍ରଣବ ପ୍ରକାଶ ଦାସ  ପଦ ଛାଡିଛନ୍ତି । ସଭାପତି ଭାବରେ ସେ ବେଶୀ ସମୟ ଦେଇପାରୁନଥିଲେ । ଶେଷରେ ବ୍ୟକ୍ତିଗତ କାରଣ ଦର୍ଶାଇ ପଦ ଛାଡିଛନ୍ତି ପ୍ରଣବ ପ୍ରକାଶ ଦାସ ।  ତେବେ ଚର୍ଚ୍ଚା ହେଉଛି  ସରକାର ବଦଳିବା ପରେ ପ୍ରଣବ ପ୍ରକାଶ ଦାସ ଓସିଏ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । 

୨୦୨୨ ମସିହା ଅକ୍ଟୋବର ୨୮ ତାରିଖରେ  ଓସିଏର ସଭାପତି ହୋଇଥିଲେ ପ୍ରଣବ ପ୍ରକାଶ ଦାସ । ସେ ସମୟରେ ନିର୍ବାଚନ ବି ଏକତରଫା ହୋଇଥିଲା । ନିର୍ଦ୍ବନ୍ଦରେ ସେ ନିର୍ବାଚିତ ହୋଇଥିଲେ ।  ଓସିଏ ସଭାପତିଙ୍କ କାର୍ୟ୍ୟକାଳ  ୩ ବର୍ଷ ହୋଇଥିବାବେଳେ ୨ ବର୍ଷ ୨ ମାସରେ ହିଁ ପଦ ଛାଡିଛନ୍ତି ପ୍ରଣବ ପ୍ରକାଶ ଦାସ । ଏହାପରେ ନୂଆ ସଭାପତି କିଏ ହେବ ତାକୁ ନେଇ ଚର୍ଚ୍ଚା ବଢିଯାଇଛି । କୁହାଯାଉଛି, ବ୍ରହ୍ମଗିରିର ପୂର୍ବତନ ବିଧାୟକ ତଥା ବିଜେପି ନେତା ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ରେସରେ ଆଗରେ ଅଛନ୍ତି । ଲଳିତେନ୍ଦୁ କ୍ରିକେଟ ଜଗତରେ ବି ବେଶ ନାଁ କରିଛନ୍ତି । ଓଡିଶା କ୍ରିକେଟ ଟିମରେ ସେ ଖେଳିବା ସହ  କୋଚ, ଚୟନକର୍ତ୍ତା ରହିଛନ୍ତି । ଏହାଛଡା ଅନୁଗୁଳର ବିଜେପି ବିଧାୟକ ପ୍ରତାପ ପ୍ରଧାନଙ୍କ ନାଁ ବି ଚର୍ଚ୍ଚାରେ ରହିଛି । ସେ ଓସିଏର ସଦସ୍ୟ ଅଛନ୍ତି ।  ଏବେ ଓସିଏ ସାଧାରଣ ପରିଷଦ ବୈଠକରେ ପ୍ରଣବ ପ୍ରକାଶ ଦାସଙ୍କ ଇସ୍ତଫାକୁ ଗ୍ରହଣ କରାଯାଇଛି । ନିର୍ବାଚନ ଯାଏଁ ପଙ୍କଜ ଲୋଚନ ମହାନ୍ତି  ଦାୟିତ୍ବ ସମ୍ଭାଳିବେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe