କନକ ବ୍ୟୁରୋ : ବୁଡିଗଲା ସାତଭାୟାର ଥଇଥାନ ସ୍ଥଳୀ ବଗପାଟିଆ । ୫୭୧ ପରିବାର ପାଣି ଘେରରେ , ବଗପାଟିଆରେ ପଶିଲା ଜୁଆର ପାଣି । ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏବେବି ବର୍ଷା ଲାଗିରହିଥିବାରୁ ଆହୁରି ପାଣି ବଢିବା ନେଇ ଆଶଙ୍କା କରାଯାଉଛି । ସେପଟେ ବାତ୍ୟା ଦାନା ଗତକାଲି ରାତିରେ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ତାଣ୍ଡବ ରଚିଛି ଫଳରେ ଅନେକ ଗୁଡିଏ ଗଛ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି । ଭିତରକନିକା, ତାଳଚୁଆରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି । ବାତ୍ୟାର ତାଣ୍ଡବ ପରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । ଏନଡିଆରଏଫ, ଏସଡିଆରଏଫ, ଓଡ୍ରାଫ ସହ ଅଗ୍ନୀଶମ ଟିମର ସଦସ୍ୟ ବିଭିନ୍ନ ସ୍ଥାନରେ ଗଛ କାଟି ରାସ୍ତା ସଫା କରିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।