ଋଷଠୁ ତେଲ ନକିଣିବା ଭାରତ ପାଇଁ ପଡ଼ିବ ମହଙ୍ଗା

Advertisment

ଆମେରିକା ହଠାତ୍ ଭାରତ ଉପରେ ଲାଗୁ ଥିବା ୫୦% ଶୁଳ୍କକୁ ୧୮% ହ୍ରାସ କରିଛି। ଏହି ଚୁକ୍ତିରେ ଖୁସି ହୋଇ ପ୍ରଧାନମନ୍ତ୍ରୀ ମୋଦୀ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆମେରିକା ଦାବି କରିଛି ଯେ ଭାରତ ଋଷରୁ ତେଲ କିଣିବା ବନ୍ଦ କରିବା ପରେ ଏହି ବଡ଼ ଚୁକ୍ତି ହୋଇଛି।

ଆମେରିକା ହଠାତ୍ ଭାରତ ଉପରେ ଲାଗୁ ଥିବା ୫୦% ଶୁଳ୍କକୁ ୧୮% ହ୍ରାସ କରିଛି। ଏହି ଚୁକ୍ତିରେ ଖୁସି ହୋଇ ପ୍ରଧାନମନ୍ତ୍ରୀ ମୋଦୀ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆମେରିକା ଦାବି କରିଛି ଯେ ଭାରତ ଋଷରୁ ତେଲ କିଣିବା ବନ୍ଦ କରିବା ପରେ ଏହି ବଡ଼ ଚୁକ୍ତି ହୋଇଛି।

Modi Trump

Modi Trump Photograph: (Google)

ଦୀର୍ଘଦିନର ଅନିଶ୍ଚିତତା ଓ ବାଣିଜ୍ୟ ଚାପ ଭିତରେ ଭାରତ-ଆମେରିକା ଶେଷରେ ଏକ ଐତିହାସିକ ବାଣିଜ୍ୟ ଚୁକ୍ତି ଉପରେ ସହମତ ହୋଇଛନ୍ତି। ଆମେରିକା ହଠାତ୍ ଭାରତ ଉପରେ ଲାଗୁ ଥିବା ୫୦% ଶୁଳ୍କକୁ ୧୮% ହ୍ରାସ କରିଛି। ଏହି ଚୁକ୍ତିରେ ଖୁସି ହୋଇ ପ୍ରଧାନମନ୍ତ୍ରୀ ମୋଦୀ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆମେରିକା ଦାବି କରିଛି ଯେ ଭାରତ ଋଷରୁ ତେଲ କିଣିବା ବନ୍ଦ କରିବା ପରେ ଏହି ବଡ଼ ଚୁକ୍ତି ହୋଇଛି। ତେବେ ଏଠାରେ ବଡ଼ ପ୍ରଶ୍ନ ଉଠୁଛି, ଭାରତକୁ ଋଷରୁ ତେଲ ବନ୍ଦ କରିବା ପାଇଁ କ''ଣ ଭାରୀ ମୂଲ୍ୟ ଦେବାକୁ ପଡିବ? ଯଦି ଭାରତ ଆମେରିକୀୟ ତେଲ କିଣିବ ତେବେ ଏହାର ମୂଲ୍ୟ କେତେ ରହିବ?

ରିପୋର୍ଟ ଅନୁଯାୟୀ, ଆମେରିକା ଭାରତୀୟ ରପ୍ତାନି ଉପରେ ୨୫% ଶୁଳ୍କକୁ ୧୮% ହ୍ରାସ କରିଛି। ପ୍ରଧାନମନ୍ତ୍ରୀ ମୋଦୀ ଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସିଧାସଳଖ ଆଲୋଚନା ପରେ ଏହା ସମ୍ଭବ ହୋଇପାରିଛି। ଏହି ଚୁକ୍ତିରେ ଋଷଠୁ ତୈଳ କ୍ରୟ ବନ୍ଦ କରିବା ଏବଂ ଆମେରିକାରୁ ଶକ୍ତି ଉତ୍ପାଦ କ୍ରୟ ବୃଦ୍ଧି କରିବାକୁ ସହମତି ହୋଇଛି।

ପୁଟିନଙ୍କ ଭରସା ଭାଙ୍ଗିବ?

ଏବେ ସୁଦ୍ଧା ଋଷର ତେଲ ଭାରତ ପାଇଁ ଶସ୍ତା ରହିଆସିଛି। ୨୦୨୪ ମସିହାରେ, ଭାରତର ମୋଟ ଅଶୋଧିତ ତୈଳ ଆମଦାନୀର ୩୬% ଋଷରୁ ଆସିଥିଲା, ଯାହା ପ୍ରତିଦିନ ୧.୮ ମିଲିୟନ୍ ବ୍ୟାରେଲ ଥିଲା। ଗତ ଡିସେମ୍ବରରେ, ଯେତେବେଳେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତ କରିଥିଲେ, ସେ ଆମେରିକାର ଚାପକୁ ବେଖାତିର କରି ଭାରତକୁ ନିରନ୍ତର ତୈଳ ଯୋଗାଣ ଜାରି ରଖିବାର ଆଶ୍ୱାସନା ଦେଇଥିଲେ, କିନ୍ତୁ ଏବେ ଆମେରିକାଠୁ ଭାରତ ତେଲ କିଣିବା ଡିଲ୍ ପୁଟିନଙ୍କ ଭରସା ଭାଙ୍ଗିଦେବନି ତ?

ଋଷ ଭାରତକୁ ରିହାତି ଦରରେ ଅଶୋଧିତ ତୈଳ ଯୋଗାଇ ଆସୁଛି, କିନ୍ତୁ ଏବେ ଆମେରିକାରୁ ତେଲ କିଣିବା ଦ୍ୱାରା ଭାରତକୁ ବହୁ ଅଧିକ ଖର୍ଚ୍ଚ କରିବାକୁ ପଡିବ, କାରଣ ଭାରତକୁ ଏବେ ପ୍ରଚଳିତ ବିଶ୍ୱ ମୂଲ୍ୟ ଅନୁସାରେ ଅଶୋଧିତ ତେଲ ପାଇଁ ଦେୟ ଦେବାକୁ ପଡିବ। ଏହା ବ୍ୟତୀତ, ମହଙ୍ଗା ପରିବହନର ବୋଝ ପଡ଼ିବ। ଏହା ଭାରତକୁ ପ୍ରତି ବ୍ୟାରେଲ ପିଛା ୫ ରୁ ୧୦ ପ୍ରତିଶତ ଅଧିକ ମୂଲ୍ୟରେ ତେଲ ଆମଦାନୀ କରିବାକୁ ବାଧ୍ୟ କରିବ, ଯାହା କୋଟି କୋଟି ଡଲାରର ବୋଝ ହେବ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଯେଉଁଠି ଋଷର ତେଲ ପ୍ରତି ବ୍ୟାରେଲ ପିଛା ୬୨-୬୫ ଡଲାର ପଡୁଥିଲା, ସେଠାରେ ଆମେରିକାକୁ ଅଧିକ ଟଙ୍କା ଦେବାକୁ ପଡ଼ିବ। ତୈଳ ମୂଲ୍ୟରେ ପାର୍ଥକ୍ୟ, ପ୍ରତି ବ୍ୟାରେଲ ପିଛା ୬୦୦ ରୁ ୧୨୦୦ଟଙ୍କା ପର୍ଯ୍ୟନ୍ତ ହେବ। ଏହା ଫଳରେ କୋଟି କୋଟି ଟଙ୍କାର କ୍ଷତି ହେବ। ତୈଳ ମୂଲ୍ୟ ବୃଦ୍ଧି ମୁଦ୍ରାସ୍ଫୀତିକୁ ପ୍ରଭାବିତ କରିବ ଏବଂ ସରକାରୀ ସବସିଡି ଉପରେ ବୋଝ ବୃଦ୍ଧି କରିବ।

ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଏକ ଆକଳନ ଅନୁଯାୟୀ, ଯଦି ଋଷଠୁ ଭାରତ ତେଲ କିଣିବା ବନ୍ଦ କରେ, ତେବେ ଚଳିତ ଆର୍ଥିକ ବର୍ଷରେ ତୈଳ ଆମଦାନୀ ବିଲ୍ ୯ ବିଲିୟନ ଡଲାର ବୃଦ୍ଧି ପାଇବ। ଏହା ପରବର୍ତ୍ତୀ ଆର୍ଥିକ ବର୍ଷରେ ୧୨ ବିଲିୟନ ଡଲାରକୁ ବୃଦ୍ଧି ପାଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe