କନକ ବ୍ୟୁରୋ : ମହିଳା ସୁରକ୍ଷା ପ୍ରସଙ୍ଗକୁ ନେଇ ଉଠୁଛି ପଡୁଛି ସାରାଦେଶ। ଠିକ୍ ଏଭଳି ସମୟରେ ପରୀ ହତ୍ୟାକାଣ୍ଡକୁ ନେଇ ଚର୍ଚ୍ଚାକୁ ଆସିଥିବା ନୟାଗଡ ଜିଲ୍ଲାର ୨୦୨୩ ନାବାଳିକା ଦୁଷ୍କର୍ମ ମାମଲା ଫାଇଲ ପୁଣିଥରେ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ବର୍ଷକ ତଳେ ନୟାଗଡ ଇଟାମାଟି ଥାନା ଅଞ୍ଚଳରେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାର ତଦନ୍ତ ଶେଷ କରି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

Advertisment
  • ପୋକ୍ସୋ ଆକ୍ଟରେ ରୁଜୁ ମାମଲାକୁ ଅଣଦେଖା
  • ବର୍ଷକ ପରେ ବାଜିଲା ହାଇକୋର୍ଟ ଛାଟ
  • ‘ଅଭିଯୁକ୍ତକୁ ଗିରଫ କର, ପୀଡ଼ିତାଙ୍କୁ ନ୍ୟାୟ ଦିଅ’

ଯେତେବେଳେ ରାଜ୍ୟ ସରକାର ପରୀ, ନବ ଦାସ, ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ ଭଳି ପୁରୁଣା ମାମଲାକୁ ପୁଣି ଖୋଲିବାକୁ କହୁଛନ୍ତି। ସେତିକିବେଳେ ବର୍ଷକ ତଳର ଇଟାମାଟି ଦୁଷ୍କର୍ମ ମାମଲାର ନିର୍ଯାସରେ ପହଞ୍ଚିବାକୁ କହିଛନ୍ତି କୋର୍ଟ । 
୨୦୨୩ ମେ’ ମାସରେ ଇଟାମାଟିରେ ନାବାଳିକା ଅପହରଣ ଓ  ଦୁଷ୍କର୍ମ ମାମଲାରେ ପୋକ୍ସୋ ଆକ୍ଟ ଲାଗିଥିଲେ ମଧ୍ୟ ପୋଲିସର ଉଦାସୀନତା ପାଇଁ ଅଭିଯୁକ୍ତ ଫେରାର ହୋଇ ଯାଇଥିଲା।

  • ୧୬ ବର୍ଷର ନାବାଳିକାଙ୍କୁ ଧମକ ଦେଇ ଅପହରଣ ଓ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ
  • ପୋଲିସ ପାଖକୁ ବାରମ୍ବାର ଦୌଡ଼ି ନୟାନ୍ତ ହୋଇଥିଲେ ମଧ୍ୟ ମିଳିନଥିଲା ନ୍ୟାୟ
  • ପୋକ୍ସୋ ଆକ୍ଟ ଲାଗିଥିଲେ ମଧ୍ୟ ତତ୍ପରତା ଦେଖାଇନଥିଲା ପୋଲିସ
  • ଶୁଣିନଥିଲେ ଜିଲ୍ଲାପାଳ, କାନ ବନ୍ଦ କରିଦେଇଥିଲେ ଏସପି
  • ସ୍ଲୋଗାନରେ ସୀମିତ ଥିଲା ତତ୍କାଳୀନ ସରକାରଙ୍କ ମହିଳା ସୁରକ୍ଷା ନାରା
  • ପୂର୍ବ ସରକାରରେ ଓଡ଼ିଶାରେ ଅଧିକ ମହିଳା ହିଂସା ନେଇ ଆସିଥିଲା ଏନସିଆରବି ରିପୋର୍ଟ
  • ସବୁଆଡୁ ନିରାଶ ହେବା ପରେ ହାଇକୋର୍ଟରେ ପହଞ୍ଚିଥିଲେ ପୀଡ଼ିତାଙ୍କ ବାପା 

ନିଜକୁ ସ୍ୱଚ୍ଛ କହି ଗୋଟିଏ ଦଳ ସରକାରରେ ୨୪ ବର୍ଷ ରହିଥିଲା। ମାଆକୁ ସମ୍ମାନ କଥା କହି ମହିଳା ଭୋଟ ହାତଉଥିବା ଅଭିଯୋଗ ହୁଏ। ହେଲେ ନାବାଳିକା ଦୁଷ୍କର୍ମ ଭଳି ଏକ ସମ୍ୱେଦନଶୀଳ ପ୍ରସଙ୍ଗରେ ପୋଲିସ ଓ ପ୍ରଶାସନ ଆଖି ବୁଜିଦେଇଥିଲେ ସୁଦ୍ଧା ତତ୍କାଳୀନ ସରକାର କେମିତି ନିଦାବିଷ୍ଣୁ ପାଲଟିଥିଲେ ତାହା କୋର୍ଟଙ୍କ କଡା ନିର୍ଦ୍ଦେଶ ପରେ ସାମ୍ନାକୁ ଆସିଛି।