ଅଫେରା ରାଇଜରେ ''ଅପରେସନ୍ ସିନ୍ଦୂର''ର ନାୟକ: ଆସାମରେ ସୁଖୋଇ ବିମାନ ଦୁର୍ଘଟଣାରେ ସହିଦ ହେଲେ ପୂର୍ବେଶ ଦୁରଗକର୍

Advertisment

ଭାରତୀୟ ବାୟୁସେନାର ଏକ ସୁଖୋଇ ଏସ୍‌ୟୁ-୩୦ ଏମ୍‌କେଆଇ ଯୁଦ୍ଧ ବିମାନ ଗୁରୁବାର ରାତିରେ ଆସାମର କାର୍ବି ଆଙ୍ଗଲଙ୍ଗ ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇ ଏଥିରେ ଦୁଇଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି ।

ଭାରତୀୟ ବାୟୁସେନାର ଏକ ସୁଖୋଇ ଏସ୍‌ୟୁ-୩୦ ଏମ୍‌କେଆଇ ଯୁଦ୍ଧ ବିମାନ ଗୁରୁବାର ରାତିରେ ଆସାମର କାର୍ବି ଆଙ୍ଗଲଙ୍ଗ ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇ ଏଥିରେ ଦୁଇଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି ।

06bbs_16_06032026_111

Photograph: (kanaknews)

କନକବ୍ୟୁରୋ : ଭାରତୀୟ ବାୟୁସେନାର ଏକ ସୁଖୋଇ ଏସ୍‌ୟୁ-୩୦ ଏମ୍‌କେଆଇ ଯୁଦ୍ଧ ବିମାନ ଗୁରୁବାର ରାତିରେ ଆସାମର କାର୍ବି ଆଙ୍ଗଲଙ୍ଗ ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇ ଏଥିରେ ଦୁଇଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି ।  ମୃତ ପାଇଲଟ ହେଲେ ସ୍କ୍ବାର୍ଡନ ଲିଡର ଅନୁଜ ଓ ଫ୍ଲାଇଟ ଲେଫ୍ଟନାଣ୍ଟ ପୂର୍ବେଶ ଦୁରଗକର୍ ।  ଏହି ଦୁଇଜଣଙ୍କ ମଧ୍ୟରୁ ପୂର୍ବେଶ ଦୁରଗକର୍ ଜଣେ ଦକ୍ଷ ପାଇଲଟ୍ ହୋଇଥିବାବେଳେ ପହଲଗାମ ଆଟାକ୍ ପରେ ଭାରତ ପକ୍ଷରୁ ହୋଇଥିବା ଅପରେସନ୍ ସିନ୍ଦୂରରେ ତାଙ୍କର ବଡ଼ ଭୂମିକା ରହିଥିଲା ।

ଅଧିକ ପଢନ୍ତୁ .... ଟ୍ରମ୍ପଙ୍କୁ ନେଇ ନିଖୋଜ ଏପ୍‌ଷ୍ଟିନ୍‌ ଫାଇଲ ପ୍ରକାଶ କଲା ଆମେରିକା

ସହିଦ ବାୟୁସେନା ପାଇଲଟ ପୂର୍ବେଶ ଦୁରଗକରଙ୍କ ପିତା ତଥା ଅବସରପ୍ରାପ୍ତ ରେଳ କର୍ମଚାରୀ ରବିନ୍ଦ୍ର ଦୁରଗକର କହିଛନ୍ତି ଯେ ପରିବାର ପ୍ରଥମେ ଜାଣି ନଥିଲେ ଯେ ୨୮ ବର୍ଷୀୟ ଯୁବକ ପୂର୍ବେଶ ଅପରେସନ ସିନ୍ଦୂରର ଅଂଶ ଥିଲେ । 

ଅପରେସନ ସିନ୍ଦୂର ବନ୍ଦ ହେବାର ୧୫ ଦିନ ପରେ ଆମେ ଜାଣିବାକୁ ପାଇଲୁ ଯେ ସେ ଅପରେସନର ଅଂଶ ଥିଲେ। ସେହି ସମୟରେ ତାଙ୍କ ପାଖରେ ମୋବାଇଲ୍ ଫୋନ୍ ନଥିଲା, ଆମେ ତାଙ୍କ ସହିତ ଯୋଗାଯୋଗରେ ନଥିଲୁ। ଅପରେସନ୍ ସରିବା ପରେ ଆମେ ଏ ସବୁ ଜାଣିବାକୁ ପାଇଥିଲୁ। ରବିନ୍ଦ୍ର ଦୁରଗକର ଆହୁରି କହିଛନ୍ତି, ଦୁର୍ଘଟଣାର ଗୋଟିଏ ଦିନ ପୂର୍ବରୁ ସେ ତାଙ୍କ ପୁଅ ସହ କଥା ହୋଇଥିଲେ। ଆଉ ଆଜି ସକାଳେ ଗ୍ରୁପ୍ କ୍ୟାପ୍ଟେନ୍ ତାଙ୍କ ସହିତ ଯୋଗାଯୋଗ କରି ପୁଅର ମୃତ୍ୟୁ ଖବର ଦେଇଥିଲେ।

ଅପରପକ୍ଷରେ ବାୟୁସେନା ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଥିବାବେଳେ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ପ୍ରକାଶ କରାଯାଇଛି। ବିମାନଟି ରୁଟିନ୍‌ ପ୍ରଶିକ୍ଷଣରେ ଥିବାବେଳେ ଗୁରୁବାର ସନ୍ଧ୍ୟାରେ ଜୋରହାଟ୍‌ରୁ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ମଧ୍ୟରେ ରାଡାର ସହିତ ଏହାର ସମ୍ପର୍କ ଛିନ୍ନ ହୋଇଥିଲା। ଜୋରହାଟ ବାୟୁସେନା ଘାଟିଠାରୁ ଦୁର୍ଘଟଣା ଘଟିଥିବା ସ୍ଥାନ ୬୦ କିମି ଦୂର ହୋଇଥିବାବେଳେ ଏହା ପାହାଡ଼ିଆ ଘଞ୍ଚ ଜଙ୍ଗଲିଆ ଅଞ୍ଚଳ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ବିମାନଟି ଗୁରୁବାର ଆସାମର ଜୋରହାଟରୁ ଉଡ଼ାଣ ଆରମ୍ଭ କରିଥିଲା ଏବଂ ସନ୍ଧ୍ୟା ୭.୪୨ରେ ବିମାନଟି ରାଡାର୍‌ ସଂପର୍କରୁ ବିଚ୍ଛିନ୍ନ ହୋଇଥିଲା ବୋଲି ଭାରତୀୟ ବାୟୁସେନା ଏକ୍ସରେ ଏକ ପୋଷ୍ଟ୍‌ କରି ସୂଚନା ଦେଇଥିଲା। ଜଣେ ଫାଇଟର ପାଇଲଟ ନିଖୋଜ ଥିବା ଏବଂ ବିମାନଟିକୁ ଖୋଜିବାପାଇଁ ବାୟୁସେନା ଟିମ୍ ମୁତୟନ ହୋଇଥିବା କୁହାଯାଇଥିଲା। ଏହି ଖବର ପରେ ବାୟୁସେନା ପକ୍ଷରୁ ତୁରନ୍ତ ଏକ ବ୍ୟାପକ ତଲାସୀ ଓ ଉଦ୍ଧାର ଅପରେସନ୍ ଆରମ୍ଭ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe