କନକ ବ୍ୟୁରୋ : ଅହମଦାବାଦ ବିମାନ ଦୁର୍ଘଟଣା ପରେ ଚେତିଲେ କେନ୍ଦ୍ର ସରକାର । ଏଣିକି ବିମାନ ବନ୍ଦର ନିକଟରେ ରହିଥିବା ଘର ଓ ଗଛର ଉଚ୍ଚତା କମିବ । ଏନେଇ କେନ୍ଦ୍ର ସରକାର ବିମାନ ଅଧିନିୟମ, ୨୦୨୪ରେ କିଛି ପରିବର୍ତ୍ତନ ଆଣି ନୂଆ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଆଉ ବିମାନ ବନ୍ଦର ନିକଟରେ ରହିବନି ଉଚ୍ଚ ଅଟ୍ଟାଳିକା କିମ୍ବା ବଡ଼ ଗଛ ।
କମିବ ବିମାନବନ୍ଦର ପାଖ ଘର ଓ ଗଛ ଉଚ୍ଚତା
- ବିମାନ ଚଳାଚଳରେ ବାଧା ସୃଷ୍ଟି କରୁଥିବା କୋଠା କିମ୍ବା ଗଛ ତୁରନ୍ତ ହଟାଯିବ
- ମାଲିକମାନଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ନୋଟିସ୍ ହେବ
- ବିମାନ ଉଡ଼ାଣରେ କୌଣସି ଗଛ ଅବରୋଧ କରୁଥିଲେ ତାହାକୁ କଟାଯିବ
- ନୋଟିସ୍ ପାଇବାର ୬୦ ଦିନ ମଧ୍ୟରେ ସେଗୁଡ଼ିକୁ ଭାଙ୍ଗିବା କିମ୍ବା ଉଚ୍ଚତା କମାଇବାକୁ ପଡ଼ିବ
- ବ୍ୟବସ୍ଥା ଅନୁସାରେ ଘର ମାଲିକ କ୍ଷତିପୂରଣ ଆବେଦନ କରିପାରିବେ
- ସମ୍ପୃକ୍ତ ମାଲିକଙ୍କୁ କ୍ଷତିପୂରଣ ମଧ୍ୟ ପ୍ରଦାନ କରାଯିବ
- ନିର୍ଦ୍ଧାରିତ ସମୟସୀମା ଭିତରେ ଘର ଭାଙ୍ଗିବା ସହ ଗଛର ଉଚ୍ଚତା କମାଇବାକୁ ହେବ
- ମାଲିକମାନେ ନିୟମ ନମାନିଲେ ଏରୋଡ୍ରମ୍ ଅଧିକାରୀ ଜିଲ୍ଲାପାଳଙ୍କୁ ଅବଗତ କରିବେ
- ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଘର କିମ୍ବା ଗଛର ଉଚ୍ଚତା କମ୍ କରାଯିବ