ଏମ୍ସ ଭୁବନେଶ୍ଵରର ଆଶ୍ଚର୍ଯ୍ୟଜନକ ସଫଳତା: ୧୨୦ ମିନିଟ୍ ଧରି ଅଟକି ଯାଇଥିଲା ହୃଦୟ, ଅଚଳ ହୃତପିଣ୍ଡକୁ ସଚଳ କଲେ ଏମ୍ସ ଡାକ୍ତର

Advertisment

ଏମ୍ସ ଭୁବନେଶ୍ଵରର ଆଶ୍ଚର୍ଯ୍ୟଜନକ ସଫଳତା। ନୂଆ ପ୍ରଯୁକ୍ତିବିଦ୍ୟା ଦେଲା ନୂଆ ଜୀବନ। ୧୨୦ ମିନିଟ୍ ଧରି ଅଟକି ଯାଇଥିଲା ହୃଦୟ। ଚମତ୍କାରିତା କରି ଦେଖାଇଲା ଏମ୍ସ ଭୁବନେଶ୍ୱର ।

ଏମ୍ସ ଭୁବନେଶ୍ଵରର ଆଶ୍ଚର୍ଯ୍ୟଜନକ ସଫଳତା। ନୂଆ ପ୍ରଯୁକ୍ତିବିଦ୍ୟା ଦେଲା ନୂଆ ଜୀବନ। ୧୨୦ ମିନିଟ୍ ଧରି ଅଟକି ଯାଇଥିଲା ହୃଦୟ। ଚମତ୍କାରିତା କରି ଦେଖାଇଲା ଏମ୍ସ ଭୁବନେଶ୍ୱର ।

wscwsc

କନକ ବ୍ୟୁରୋ: ଏମ୍ସ ଭୁବନେଶ୍ଵରର ଆଶ୍ଚର୍ଯ୍ୟଜନକ ସଫଳତା। ନୂଆ ପ୍ରଯୁକ୍ତିବିଦ୍ୟା ଦେଲା ନୂଆ ଜୀବନ। ୧୨୦ ମିନିଟ୍ ଧରି ଅଟକି ଯାଇଥିଲା ହୃଦୟ। ଚମତ୍କାରିତା କରି ଦେଖାଇଲା ଏମ୍ସ ଭୁବନେଶ୍ୱର । ଅଚଳ ହୃତପିଣ୍ଡକୁ ସଚଳ କଲେ ଏମ୍ସ ଡାକ୍ତର। ଡାକ୍ତରମାନେ ଦାବି କରିଛନ୍ତି ଏହା ଏକ ବିରଳ ଘଟଣା। ନୂତନ ଜ୍ଞାନ କୌଶଳର ବ୍ୟବହାର କରି ଏହି ଆସାଧ୍ୟକୁ ସଫଳ କରି ଦେଖାଇଛି ଏମ୍ସ ଭୁବନେଶ୍ୱର। ଘଟଣାଟି ଥିଲା ଏମିତି, ଅକ୍ଟୋବର ୧ ତାରିଖରେ ୨୪ ବର୍ଷୀୟ ଶୁଭକାନ୍ତ ସାହୁଙ୍କ ଛାତିରେ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ନିକଟସ୍ଥ ରଣପୁର ମେଡିକାଲକୁ ନେଇଥିଲେ। ସେଠାରୁ ତାଙ୍କୁ ଏମ୍ସ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଥିଲା। ସକାଳ ୫ ଟାରେ ଏମ୍ସରେ ଭର୍ତ୍ତି ହୋଇଥିଲେ ଶୁଭକାନ୍ତ। ଆଉ ଏମ୍ସରେ ପହଂଚିବାର ୨ ଘଣ୍ଟା ମଧ୍ୟରେ ତାଙ୍କର ହାର୍ଟ ଧିରେଧିରେ କାର୍ୟ୍ୟ କରିବା ବନ୍ଦ କରିଦେଇଥିଲା। ଦୀର୍ଘ ୪୦ ମିନିଟ ପର୍ଯ୍ୟନ୍ତ ସିପିଆର ଦିଆଗଲା ହେଲେ ସେଥିରେ କିଛି ସଫଳତା ମିଳିଲା ନାହିଁ। ସାଧାରଣତଃ ୨୦ ରୁ ୨୫ ମିନିଟ ଯଦି କାହାର କର୍ଡିଆକ ଆରେଷ୍ଟ ହୁଏ ତେବେ ତାଙ୍କୁ ମୃତ ଘୋଷଣା କରିଥାନ୍ତି ଡାକ୍ତର। କିନ୍ତୁ ତାଙ୍କୁ ଇକମୋ ମେସିନ ଦ୍ବାରା ଇ-ସିପିଆର୍ ପ୍ରଦାନ କରାଗଲା। ପ୍ରାୟ ୨ ଘଣ୍ଟା ପରେ ଶୁଭକାନ୍ତ ହାର୍ଟ ପୁଣି କାର୍ଯ୍ୟ କରିବା ଆରମ୍ଭ କରିଥିଲା। ୩୬ ଘଣ୍ଟା ପରେ ହୃଦୟ ସାଧାରଣ ଭାବେ ବିଟ କରିବା ଆରମ୍ଭ କଲା। ତାଙ୍କୁ ସମ୍ପୂର୍ଣ୍ଣ ଭଲ ହେବାକୁ ପ୍ରାୟ ୪ ଘଣ୍ଟା ସମୟ ଲାଗିଛି। ଯେଉଁ ଦୁଇ ଘଣ୍ଟା ତାଙ୍କର ହାର୍ଟ କାର୍ଯ୍ୟ କରିବା ବନ୍ଦ କରିଥିଲା ସେତିକି ସମୟ ମଧ୍ୟରେ ଶରୀରର ବିଭିନ୍ନ ଅଙ୍ଗ ଯଥା ଲଙ୍ଗସ, କିଡ୍‌ନୀ, ଲିଭର ଆଦିରେ ସଂକ୍ରମଣ ବ୍ୟାପିଥିଲା। ଏହାକୁ ଠିକ୍ କରିବା ପାଇଁ ପ୍ରାୟ ୩୦ ଦିନ ଲାଗିଲା ବୋଲି ଏମ୍ସ ଡାକ୍ତରଙ୍କ ପକ୍ଷରୁ କୁହାଯାଇଛି। ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଏହି ଚିକିତ୍ସା ପ୍ରକ୍ରିୟାରେ ଏମ୍ସର ୨୦ ଜଣ ଡାକ୍ତର ନିୟୋଜିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe