ବାୟୁ ପ୍ରଦ୍ୟୁଷଣ ଯୋଗୁଁ ସାଙ୍ଘାତିକ ସ୍ଥିତି, ଦିଲ୍ଲୀ ପରେ  ହରିୟାଣାରେ ସ୍କୁଲ ବନ୍ଦ..

ରାଜଧାନୀ ଦିଲ୍ଲୀରେ ସାଙ୍ଘାତିକ  ହେଉଛି ବାୟୁ ପ୍ରଦ୍ୟୁଷଣ । ଆଜି ମଧ୍ୟ AQI  ୪୦୦ ଉପରେ  ରହିଛି । ଖାଲି ଦିଲ୍ଲୀ ନୁହେଁ ହରିୟାଣାର ଅନେକ ଜିଲ୍ଲାରେ ବାୟୁ ପ୍ରଦ୍ୟୁଷଣ ବିପଦଜନକ ସ୍ଥିତିରେ ରହିଛି । ଏହାକୁ ଦୃଷ୍ଟିରେ ରଖି ହରିୟାଣାର ଅନେକ ଜିଲ୍ଲାର ପ୍ରାଇମେରୀ ସ୍କୁଲ ବନ୍ଦ ।

POLLUTION

କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀରେ ସାଙ୍ଘାତିକ  ହେଉଛି ବାୟୁ ପ୍ରଦ୍ୟୁଷଣ । ଆଜି ମଧ୍ୟ AQI  ୪୦୦ ଉପରେ  ରହିଛି । ଖାଲି ଦିଲ୍ଲୀ ନୁହେଁ ହରିୟାଣାର ଅନେକ ଜିଲ୍ଲାରେ ବାୟୁ ପ୍ରଦ୍ୟୁଷଣ ବିପଦଜନକ ସ୍ଥିତିରେ ରହିଛି । ଏହାକୁ ଦୃଷ୍ଟିରେ ରଖି ହରିୟାଣା ସରକାର ଅନେକ ଜିଲ୍ଲାର ପ୍ରାଇମେରୀ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପିଲାମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ହରିୟାଣା ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । 

ହରିୟାଣାର ଗୁରୁଗ୍ରାମ, ରୋହତକ, ସୋନିପତ ଏବଂ ଇଜ୍ଜର ଜିଲ୍ଲାରେ ବାୟୁ ପ୍ରଦ୍ୟୂଷଣ ଯୋଗୁ ସ୍କୁଲ ବନ୍ଦ ରହିଛି । ତେବେ ଆସନ୍ତା ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ । ସ୍କୁଲ ବନ୍ଦ ହେବା ଦ୍ୱାରା ପିଲାଙ୍କ ପାଠପଢାରେ କିଛି ପ୍ରଭାବ ପଡିବ ନାହିଁ । କାରଣ  ଅନଲାଇନ୍ ପାଠପଢା ହେବା ନେଇ ସରାକର କହିଛନ୍ତି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe