କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀରେ ସାଙ୍ଘାତିକ ହେଉଛି ବାୟୁ ପ୍ରଦ୍ୟୁଷଣ । ଆଜି ମଧ୍ୟ AQI ୪୦୦ ଉପରେ ରହିଛି । ଖାଲି ଦିଲ୍ଲୀ ନୁହେଁ ହରିୟାଣାର ଅନେକ ଜିଲ୍ଲାରେ ବାୟୁ ପ୍ରଦ୍ୟୁଷଣ ବିପଦଜନକ ସ୍ଥିତିରେ ରହିଛି । ଏହାକୁ ଦୃଷ୍ଟିରେ ରଖି ହରିୟାଣା ସରକାର ଅନେକ ଜିଲ୍ଲାର ପ୍ରାଇମେରୀ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପିଲାମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ହରିୟାଣା ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।
ହରିୟାଣାର ଗୁରୁଗ୍ରାମ, ରୋହତକ, ସୋନିପତ ଏବଂ ଇଜ୍ଜର ଜିଲ୍ଲାରେ ବାୟୁ ପ୍ରଦ୍ୟୂଷଣ ଯୋଗୁ ସ୍କୁଲ ବନ୍ଦ ରହିଛି । ତେବେ ଆସନ୍ତା ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ । ସ୍କୁଲ ବନ୍ଦ ହେବା ଦ୍ୱାରା ପିଲାଙ୍କ ପାଠପଢାରେ କିଛି ପ୍ରଭାବ ପଡିବ ନାହିଁ । କାରଣ ଅନଲାଇନ୍ ପାଠପଢା ହେବା ନେଇ ସରାକର କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2024/11/17/GMFCz1gYWkLfM0MSXbNG.jpg)