ଚୋରା ବନ୍ଧୁକ ମାଫିଆ ଗ୍ୟାଙ୍ଗଷ୍ଟର ଅସଲାମ୍ ଗିରଫ  ; ମୁଙ୍ଗେରରୁ ଗିରଫ କଲା ଏସ୍‌ଟିଏଫ୍‌

କ୍ରାଇମ୍‌ବ୍ରାଞ୍ଚ ହାତରେ ଧରାପଡ଼ିଲା ଚୋରା ବନ୍ଧୁକ ମାଫିଆ ।  ଗ୍ୟାଙ୍ଗଷ୍ଟର ମହମ୍ମଦ ଅସଲାମ୍ କୁ ବିହାର ମୁଙ୍ଗେରରୁ ଗିରଫ କଲା ଏସ୍‌ଟିଏଫ୍‌ ।  ଓଡ଼ିଶାରୁ ବିହାର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଆସାମକୁ କରୁଥିଲା ଚୋରା ବନ୍ଧୁକ ସପ୍ଲାଏ । 

କନକ ନ୍ୟୁଜ୍ ********

କନକ ନ୍ୟୁଜ୍ ******** Photograph: (କନକ ନ୍ୟୁଜ୍)

କନକ ବ୍ୟୁରୋ: କ୍ରାଇମ୍‌ବ୍ରାଞ୍ଚ ହାତରେ ଧରାପଡ଼ିଛି ଚୋରା ବନ୍ଧୁକ ମାଫିଆ । ଗ୍ୟାଙ୍ଗଷ୍ଟର ମହମ୍ମଦ ଅସଲାମ୍କୁ ବିହାରରୁ ବାନ୍ଧିଛି ଏସ୍‌ଟିଏଫ୍‌ । ମୁଙ୍ଗେରରେ ଅସଲାମ୍  ଲୁଚିଥିବା ନେଇ ଖବର ମିଳିବା ପରେ ଚଢ଼ଉ ପାଇଁ ଟିମ୍‌ ଯାଇଥିଲା । କାସିମ୍‌ବଜାର ଥାନା ସହଯୋଗରେ ଏସ୍‌ଟିଏଫ୍‌ ଟିମ୍‌ ଚଢ଼ାଉ କରିଥିଲା । 

ମଙ୍ଗଳବାର ରାତିରେ ଏସ୍‌ଟିଏଫ୍‌ ଅସଲାମ୍କୁ କାବୁ କରିବାରେ ସଫଳ ହୋଇଥିଲା । କଟକ ବୈୟାଳିଶି ମୌଜାରେ ଚୋରା ବନ୍ଧୁକ କାରଖାନା ଚଳାଉଥିଲା ଅସଲାମ୍  । ଓଡ଼ିଶାରୁ ବିହାର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଆସାମକୁ ଚୋରା ବନ୍ଧୁକ ସପ୍ଲାଏ କରୁଥିଲା । ଓଡ଼ିଶା ସମେତ ଅନ୍ୟ ୪ ରାଜ୍ୟରେ ଆସଲାମ୍‌ ଆତଙ୍କ ଖେଳାଉଥିଲା । ତାକୁ ଧରିବାକୁ ଓଡ଼ିଶା ପୁଲିସ ଦୀର୍ଘଦିନରୁ ଚେଷ୍ଟା ଚଳାଇଥିବା ବେଳେ ମଙ୍ଗଳବାର ରାତିରେ ଅସଲାମ୍କୁ ଧରି ଏସ୍‌ଟିଏଫ୍‌ ଟ୍ରାଂଜିଟ୍‌ ରିମାଣ୍ଡରେ ଆଣିଛି । ଅସଲାମ୍  ଆକାଉଣ୍ଟରେ ମାଫିଆ, କଣ୍ଟ୍ରାକ୍ଟ କିଲରଙ୍କ ଟ୍ରାଞ୍ଜାକ୍ସନ୍‌ ହୋଇଥିବା ପ୍ରମାଣ ମିଳିଛି।  

ଗ୍ୟାଙ୍ଗଷ୍ଟର ଅସଲାମ୍‌ ଗିରଫ
କ୍ରାଇମବ୍ରାଞ୍ଚ ହାତରେ ଚୋରା ବନ୍ଧୁକ ମାଫିଆ
ବୈୟାଳିଶ ମୌଜା ଚୋରା ବନ୍ଧୁକ ପଛରେ ଅସଲାମ୍‌ 
ଅସଲାମ୍‌ ଚଳାଉଥିଲା ଚୋରା ବନ୍ଧୁକ କାରଖାନା
ଓଡ଼ିଶାରୁ ଯାଇ ବିହାରରେ ଲୁଚିଥିଲା 
ହଜରତଗଞ୍ଜରେ ଛାପା ମାରି ଧରିଲେ
ବିହାରରୁ ଗିରଫ କରି ରିମାଣ୍ଡରେ ଅଣାଯାଇଛି
୫ ରାଜ୍ୟରେ ଆତଙ୍କ ଖେଳାଉଥିଲା ଅସଲାମ୍ 
ଓଡ଼ିଶା, ଆସାମ, ଝାଡ଼ଖଣ୍ଡରେ କାରବାର କରୁଥିଲା
ପଶ୍ଚିମବଙ୍ଗ ଓ ବିହାରରେ ବି ଚୋରା ବନ୍ଧୁକ ବେପାର
ବନ୍ଧୁକ ସପ୍ଲାୟର ଭାବରେ ବିଭିନ୍ନ ରାଜ୍ୟକୁ ପଠାଏ
ଆଡଭାନ୍ସରେ ଟଙ୍କା ନେଇ ନିର୍ଦ୍ଧାରିତ ସମୟରେ ପହଞ୍ଚାଏ ବନ୍ଧୁକ
ଆକାଉଣ୍ଟରେ ମାଫିଆ, କଣ୍ଟ୍ରାକ୍ଟ କିଲରଙ୍କ ଟଙ୍କା ଦିଆନିଆ
୨୦ଲକ୍ଷରୁ ଅଧିକ ଟଙ୍କା ନେଇଥିବା ପ୍ରମାଣ ପାଇଛି କ୍ରାଇମବ୍ରାଞ୍ଚ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe