ଏବେଠୁ ରଥଯାତ୍ରା ଚିନ୍ତା ; ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ

ରଥଯାତ୍ରା, ବାହୁଡ଼ା ଦର୍ଶନ ନେଇ ଆସିବ ମାର୍ଗଦର୍ଶିକା ।  ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଶୃଙ୍ଖଳିତ ଦର୍ଶନ ଉପରେ ହେବ ଆଲୋଚନା ।

9

କନକ ବ୍ୟୁରୋ: ରଥଯାତ୍ରା ସରୁ ସରୁ ଆସନ୍ତାବର୍ଷର ବିଶୃଙ୍ଖଳା ରୋକିବାକୁ ଏବେଠୁ ସଜବାଜ। ଆଜି ବସିବ ଉଚ୍ଚସ୍ତରୀୟ ବୈଠକ । ସନ୍ଧ୍ୟା ୬ଟାରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ଆସନ୍ତାବର୍ଷ ରଥଯାତ୍ରା କିଭଳି ଶୃଙ୍ଖଳିତ ଢଙ୍ଗରେ ସୁରୁଖୁରୁରେ କରାଯିବ, ସେନେଇ ବିସ୍ତୃତ ଭାବେ ଆଲୋଚନା କରାଯିବ । ଏନେଇ ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ଚିଠି ଲେଖିଛନ୍ତି । 

ଗତ ମାସରେ ସରିଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା। ତେବେ ଏଥର ରଥଯାତ୍ରା ସମୟରେ ଦଳାଚକଟାରେ ୩ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଜଗନ୍ନାଥ ପ୍ରେମୀ କ୍ଷୁବ୍ଧ ହୋଇଥିଲେ । ସରକାରଙ୍କ ଅପାରଗତାକୁ ଦାୟୀ କରିଥିଲେ ବିରୋଧୀ । ଉନ୍ନୟନ କମିଶନର ଅନୁ ଗର୍ଗ ତଦନ୍ତ କରି ମାସେ ଭିତରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି । ତେଣୁ ଏହି ଭୁଲ୍ କିପରି ଆଉ ନହେବ, ସେଥିପାଇଁ ଏବେଠୁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe