ନଦୀ କୂଳିଆଙ୍କ ଥମୁନି ଦୁଃଖ । ଚିନ୍ତା ବଢାଉଛି ଗୋବରୀ ନଦୀ । ନଦୀଗର୍ଭକୁ ଚାଲିଗଲାଣି ଏକର ଏକର ଜମି

Advertisment

ସେପଟେ ଗାଁର ସମସସ୍ୟା ସାଙ୍ଗକୁ ଚିନ୍ତା ବଢାଉଛି କାଦୁଅ ପଚପଚ ରାସ୍ତା । ମୁଖ୍ୟ ରାସ୍ତା ସହିତ ସଂଯୋଗ କରୁଥିବା କାଦୁଅ ପଚପଚ ୪ କିଲୋମିଟର ମାଟି ରାସ୍ତା ଅତିକ୍ରମ କରିବାକୁ ପଡୁଛି । ଗୁରୁତର ଅବସ୍ଥାରେ ରୋଗୀଟିଏକୁ ବି ନେବା ସମ୍ଭବ ହୋଇପାରୁନି । ଯାହାକୁ ନେଇ ଗାଁରେ ଅସନ୍ତୋଷ ବଢିଚାଲିଛି । 

PõZ÷\

କନକ ବ୍ୟୁରୋ : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଭାଟେଣୀର କଳଶୀବାଙ୍କ ପଡା ଗାଁ । ଏହି ପଡାଗାଁ.ରେ  ପ୍ରାୟ ୧୭ ଆଦିବାସୀ ପରିବାର ସମସ୍ୟା ଭିତରେ ଜୀବନ ଜୀଉଁଛନ୍ତି । ଏହି ଗାଁର ଲୋକମାନଙ୍କର ଦୁଃଖ ପାଲଟିଛି ଗୋବରୀ ନଦୀ । ଦିନକୁ ଦିନ ଗାଁ ନଦୀ ଆଁ କୁ ଚାଲିଯାଥିବା .ବେଳେ କୂଳ ଖାଇ ଏକର ଏକର ଚାଷ ଜମି ନଦୀ ଗର୍ଭରେ ମିଶିଗଲାଣି । ପ୍ରାୟ ୬୫ ଏକର ଚାଷଜମି ନଦୀର କରାଳ ଗର୍ଭରେ ଲୀନ ହୋଇ ଗଲାଣି।  
ସେପଟେ ଗାଁର ସମସସ୍ୟା ସାଙ୍ଗକୁ ଚିନ୍ତା ବଢାଉଛି କାଦୁଅ ପଚପଚ ରାସ୍ତା । ମୁଖ୍ୟ ରାସ୍ତା ସହିତ ସଂଯୋଗ କରୁଥିବା କାଦୁଅ ପଚପଚ ୪ କିଲୋମିଟର ମାଟି ରାସ୍ତା ଅତିକ୍ରମ କରିବାକୁ ପଡୁଛି । ଗୁରୁତର ଅବସ୍ଥାରେ ରୋଗୀଟିଏକୁ ବି ନେବା ସମ୍ଭବ ହୋଇପାରୁନି । ଯାହାକୁ ନେଇ ଗାଁରେ ଅସନ୍ତୋଷ ବଢିଚାଲିଛି । 

କଳସୀବାଙ୍କ ଗ୍ରାମବାସୀ ମାନେ ଏଇ ମାଟିରାସ୍ତା ଦେଇ ଦୈନନ୍ଦିନ କାମରେ ବାହାରିଥାନ୍ତି । ଗାଁର ପ୍ରତିଟି କାମରେ ଗାଁର ଛୋଟରୁ ବଡ ସମସ୍ତେ ଏହି ୪ କିଲୋମିଟର କାଦୁଅ ରାସ୍ତା  ଅତିକ୍ରମ କରିଯାଉଛନ୍ତି । ହେଲେ ସବୁଠୁ ଚିନ୍ତାର କଥା ହେଉଛି ନଦୀରେ ପାଣି ଆସିଲେ ଏହି ମାଟିରାସ୍ତା ବୁଡି ଯାଇଥାଏ । ଯାହାପାଇଁ ଗାଁର ଲୋକମାନେ ଅନେକ ଅସୁବିଧା ଭୋଗିଥାନ୍ତି । ବହୁବାର ସମସ୍ୟା ନେଇ ଜଣଯାଇଛି । ହେଲେ ସମସ୍ୟା ପ୍ରତି ଯେମିତି କାହାର ଗୁରୁତ୍ବ ନାହିଁ ।  

ଗାଁ ଲୋକଙ୍କର ମୁଣ୍ଡବ୍ୟଥାର କାରଣ ପାଲଟିଥିବା  ଗୋବରୀ ନଦୀ କଡେ କଡେ ପଥର ଷ୍ପର କରିବା ସହିତ ଗ୍ରାମବାସୀ ମାନଙ୍କ ପାଇଁ ପକ୍କା ରାସ୍ତାଟିଏ ନିର୍ମାଣ କରାଯାଇପାରିଲେ ପୁରା ଗାଁର ଲୋକାମାନେ ଉପକୃତ ହୋଇପାରିବେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe