କନକ ବ୍ୟୁରୋ: ଲେବାନନ ଉପରେ ଇସ୍ରାଏଲ ଯେଉଁଭଳି ଆକ୍ରମଣ କରୁଛି ତାହା ଆଉ ଏକ ଯୁଦ୍ଧର ଆଭାସ ପରି ମନେ ହେଲାଣି । ଆକ୍ରମଣ ଓ ପ୍ରତି ଆକ୍ରମଣ ଭିତରେ ହିଜବୁଲ୍ଲା ଓ ଇସ୍ରାଏଲ ଏବେ ପରସ୍ପର ସହ ମୁହାଁମୁହିଁ ସ୍ଥିତିରେ ଅଛନ୍ତି । ଯାହାକି ବିଶ୍ବ ପାଇଁ ବଡ ଚିନ୍ତାର କାରଣ  ପାଲଟିଲାଣି । ପୂର୍ବରୁ ଦୁଇ ଦୁଇଟି ଯୁଦ୍ଧରେ ଅସ୍ଥିର ହୋଇପଡିଛି ବିଶ୍ବ । ୨୦୨୨ରୁ ୟୁକ୍ରେନ-ରୁଷିଆ ଯୁଦ୍ଧ ଆରମ୍ଭରୁ ଭୟଙ୍କର ପ୍ରଳୟ ଦେଖିବାକୁ ମିଳୁଛି ।

Advertisment

ୟୁକ୍ରେନର ବିଭିନ୍ନ ଅଞ୍ଚଳରେ ଅତର୍କିତ ଆକ୍ରମଣ କରି ନରସହାଂର କରୁଛି ପୁଟିନ ବାହିନୀ। ୟୁକ୍ରେନ୍‌, ରୁଷିଆର ଏକ ଅଂଶ ବୋଲି କହି ଜୋର, ଜବରଦସ୍ତ ଦଖଲ କରିବାକୁ ଚଳାଇଛି ଉଦ୍ୟମ। ହେଲେ ୟୁକ୍ରେନକୁ ସବୁ କ୍ଷେତ୍ରେର ସହଯୋଗ କରି ଆସିଛି ପାଶ୍ଚାତ୍ୟ ରାଷ୍ଟ୍ର। ୟୁରୋପୀୟ ସଂଘ ସମେତ ନାଟୋ ଦେଶ ମଧ୍ୟ ୟୁକ୍ରେନକୁ ସାମରିକ ସହାୟତା ଯୋଗାଇ ଆସୁଛନ୍ତି। ଏହା ଫଳରେ ଅଢେଇ ବର୍ଷ ଧରି ରୁଷିଆ ସେନାକୁ ସାମ୍ନା କରିବାରେ ସଫଳ ହୋଇଛି ଜେଲେନସ୍କିଙ୍କ ସେନା।

ଯୁଦ୍ଧ ପଛର ପ୍ରମୁଖ କାରଣ କୁଖ୍ୟାତ ଆତଙ୍କବାଦୀ ଓସାମା ବିନ ଲାଡେନର ହତ୍ୟାକୁ ଦେଖାଯାଏ ।ଯେବେଠୁ ଆମେରିକା ଲାଡେନକୁ ହତ୍ୟା କରିଛି ସେବେଠୁ ପାଶ୍ଚାତ୍ୟ ଓ ଗଲଫ ଦେଶ ମଧ୍ୟରେ ବିବାଦ ଦେଖାଦେଇଛି । କିଛି ରାଷ୍ଟ୍ରରେ ଏହି ବିବାଦ ଯୁଦ୍ଧର ରୂପ ନେଉଛି । 

ସେପଟେ ୭ ଅକ୍ଟୋବର ୨୦୨୩ରେ ଶାନ୍ତି ଚୁକ୍ତି ଭଙ୍ଗ କରି ହମାସ ଆତଙ୍କବାଦମାନେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲେ । ଏଥିରେ ୧୨ଶହ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁବରଣ କରିଥିବାବେଳେ ୨୫୦ରୁ ଅଧିକ ଜଣଙ୍କୁ ଅପହରଣ କରାଯାଇଥିଲା । ଏହାପରେ ଗାଜା ଉପରେ ଆକ୍ରମଣ ଆରମ୍ଭ କରୁଛି  ଇସ୍ରାଏଲ ସେନା । ଗାଜାରେ ସେବେଠାରୁ ଜାରି ରହିଛି ଯୁଦ୍ଧ ସ୍ଥିତି । ଇସ୍ରାଏଲ ସେନା ଆକ୍ରମଣରେ ବର୍ତମାନ ସୁଦ୍ଧା ହଜାର ସଂଖ୍ୟକ ପାଲେଷ୍ଟାଇନ୍ ନାଗରିକ ମୃତ୍ୟୁବରଣ କଲେଣି । ପ୍ରଶ୍ନ ଉଠୁଛି…

ଯୁଦ୍ଧ ପାଇଁ ଅଶାନ୍ତ ବିଶ୍ୱ;ଆଗକୁ କ’ଣ ରହିବ ବିଶ୍ୱର ସ୍ଥିତି?

  • ବିଶ୍ୱର ଅର୍ଥନୀତି ପ୍ରଭାବିତ ହେବା ଯୋଗୁଁ ଆଗାମୀ ଦିନରେ ବଡ କ୍ଷତି ଆଶଙ୍କା ରହିଛି
  • ମାନବାଧିକାରୀ ଉଲ୍ଲଂଘନରେ ଯୋଗୁଁ ଜୀବନ ଯାଉଛି, ଏହା କେବେ ବନ୍ଦ ହେବ?
  • ଶାନ୍ତିବାର୍ତ୍ତା ଦେଉଥିବା ଭାରତ ଉପରେ କେତେ ଚାପ ପଡିବ?

ବିଶ୍ୱର ଦୁଇଟି ସ୍ଥାନରେ ଯୁଦ୍ଧ ଓ ଗୋଟିଏ ସ୍ଥାନରେ ଯୁଦ୍ଧ ଭଳି ପରିସ୍ଥିତ ଦେଖାଦେଇଛି । ଯୁଦ୍ଧକୁନେଇ ବିଭିନ୍ନ ରାଷ୍ଟ୍ରମାନଙ୍କ ଆଭିମୁଖ୍ୟ ଉପରେ ଯଦି ନଜର ପକାଇବା ତେବେ  କିଏ ଯୁଦ୍ଧକୁ ସମର୍ଥନ କରୁଛନ୍ତି ତ ଆଉ କିଏ ବିରୋଧ କରୁଛି । କିନ୍ତୁ ଏହା ଭିତରେ ଭାରତ କିନ୍ତୁ ନିଜ ଆଭିମୁଖ୍ୟ ସ୍ପଷ୍ଟ ରଖିଛି

  • ଯୁଦ୍ଧ, ଅସ୍ଥିରତା, ଆଭିମୁଖ୍ୟ
  • ଭାରତ ଉପରେ ବଢ଼ୁଛି ଚାପ 

ଭାରତକୁ ମିତ୍ର ରାଷ୍ଟ୍ରଭାବେ ଉଭୟ ପାଶ୍ଚାତ୍ୟ ଓ ଗଲଫ ଦେଶ ଦେଖନ୍ତି । ଅନ୍ୟପଟେ ଆଲୋଚନା ହିଁ ସମାଧାନର ବାଟ କହି ଯୁଦ୍ଧଭୂମିକୁ ଯାଇ ରାଷ୍ଟ୍ରନେତାଙ୍କୁ ଭେଟି ମଧ୍ୟସ୍ଥତତା କରୁଛି ଭାରତ । ଏପରିକି କିଛି ରାଷ୍ଟ୍ର ନିଜ ଆଡୁ ଭାରତର ହସ୍ତକ୍ଷେପ ଲୋଡୁଛନ୍ତି । ଉଭୟ ପାଶ୍ଚାତ୍ୟ ଓ ଗଲଫ ଦେଶ ଉପରେ ଭାରତ ଅଶୋଧିତ ତୈଳକୁ ନେଇ ନିର୍ଭରଶୀଳ । ଯୁଦ୍ଧ ବଢ଼ିଲେ ବା ସମ୍ପର୍କ ପ୍ରଭାବିତ ହେଲେ ତୈଳ ଆମଦାନୀ ବାଧାପ୍ରାପ୍ତ ହେବା ଆଶଙ୍କାରେ ମଧ୍ୟ ଭାରତ ରହିଛି ।ଏଭଳି ସ୍ଥିତି ସର୍ତ୍ତ ଓ ସ୍ବାର୍ଥକୁ ଦୃଷ୍ଟିରେ ରଖି ମୋଦୀ ସରକାରଙ୍କ ନେତୃତ୍ବରେ ଯୁଦ୍ଧରେ ଭାରତ ନିଜର ଆଭିମୁଖ୍ୟ ସ୍ପଷ୍ଟ ଓ ସ୍ଥିର ରଖିଛି ।