କନକ ବ୍ୟୁରୋ: ଖୁବଶୀଘ୍ର ହସର ଖୋରାକ ନେଇ ଫେରୁଛି ଜଣାଶୁଣା ହାସ୍ୟ ଅଭିନେତା କପିଲ ଶର୍ମାଙ୍କ କମେଡି ସୋ' । 'ଦି ଗ୍ରେଟ୍ ଇଣ୍ଡିଆନ କପିଲ ସୋ'ର ସିଜିନ୍-୩ ଆରମ୍ଭ ହେବାକୁ ଯାଉଛି । ଏହି ସୋ'ର ପ୍ରଥମ ଏପିସୋଡ ଖୁବଶୀଘ୍ର ନେଟ୍ଫ୍ଲିକ୍ସରେ ରିଲିଜ୍ ହେବ । ଏହାକୁ ନେଇ ସୋ ନିର୍ମାତା ଇନ୍ଷ୍ଟାଗ୍ରାମରେ ରିଲିଜ ତାରିଖ ଘୋଷଣା କରିଛନ୍ତି । ଖୋଦ କପିଲ ଶର୍ମା ମଧ୍ୟ ନିଜ ସୋ'ର ପ୍ରଥମ ଏପିସୋଡ ବିଷୟରେ ଆଲୋଚନା କରିଛନ୍ତି । ପ୍ରଥମ ଏପିସୋଡ୍ରେ ଅତିଥି ରହିବେ ଜଣେ ବଲିଉଡ୍ ସୁପରଷ୍ଟାର ।
କପିଲ ଶର୍ମାଙ୍କ କମେଡି ସୋ'ର ପ୍ରଥମ ଏପିସୋଡ୍ରେ ସଲ୍ମାନ ଖାନ୍ ମୁଖ୍ୟ ଅତିଥି ଭାବେ ଯୋଗଦେବେ । 'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ସୋ' ସିଜନ୍ ୩'ର ପ୍ରଥମ ଏପିସୋଡ୍ ଜୁନ୍ ୨୧ ତାରିଖରେ ନେଟଫ୍ଲିକ୍ସରେ ଷ୍ଟ୍ରିମ୍ ହେବ । ଏପିସୋଡ୍ ରିଲିଜ ହେବା ପୂର୍ବରୁ କପିଲ୍ ଶର୍ମା ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ୍ରେ ସଲମାନ ଖାନଙ୍କ ସହ ଏକ ଫଟୋ ସେୟାର କରି ଏହି ସୂଚନା ଦେଇଛନ୍ତି । ଫଟୋ ସେୟାର କରି କପିଲ ଶର୍ମା ଲେଖିଛନ୍ତି, "ସିକନ୍ଦରଙ୍କ ସହିତ ଆମେ ସୋ'ର ଆରମ୍ଭ କରିବୁ । ଜୁନ୍ ୨୧ ତାରିଖରୁ ପ୍ରତି ଶନିବାର ରାତି ୮ଟାରେ ନେଟ୍ଫ୍ଲିକ୍ସରେ ଦେଖନ୍ତୁ ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ସୋ ସିଜନ୍ ୩ ।"
ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ସୋ' ସିଜନ୍ ୩ ଏଥର ଦର୍ଶକଙ୍କ ପାଇଁ ଖାସ ହେବାକୁ ଯାଉଛି । କାରଣ ୫ ବର୍ଷ ପରେ ସୋ'କୁ ଫେରିବାକୁ ଯାଉଛନ୍ତି ନବଜୋତ ସିଂ ସିଦ୍ଧୁ । ଏହାପରେ ଅର୍ଚ୍ଚନା କେଉଁ ଭୂମିକାରେ ନଜର ଆସିବେ ତାହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ରହିଛି । ସିଦ୍ଧୁଙ୍କୁ ସୋ'ରେ ବିଚାରକ ଭାବରେ ଦେଖିବାକୁ ପାଇବେ ଦର୍ଶକ । ଅତିଥିଙ୍କ କଥା କହିଲେ ସୋ'ରେ ସଲମାନ ଖାନ୍ଙ୍କ ବ୍ୟତୀତ ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ, ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର, ଭାରତୀୟ କ୍ରିକେଟର ଋଷଭ ପନ୍ତ ଓ ଅଭିଶେକ ଶର୍ମା ପ୍ରମୁଖ ସୋ'ରେ ନଜର ଆସିବେ । ଖୋଦ ଚହଲ ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ସୋ' ସୁଟିଂ ବେଳର ଅନେକ ଫଟୋ ଇନ୍ଷ୍ଟାଗ୍ରାମରେ ସେୟାର କରିଛନ୍ତି ।