କନକ ବ୍ୟୁରୋ : ଫ୍ୟାସନ ଦୁନିଆର ଲୋକପ୍ରିୟ ଫ୍ୟାସନ ଶୋ ନୟନତାରା ସିଜନ୍ ୫ ର ଗ୍ରାଣ୍ଡଫିନାଲେ ଶେଷ ହେଲା ଭୁବନେଶ୍ୱର ପଦ୍ମଜା ପ୍ରିମିୟମରେ ଅନୁଷ୍ଠିତ  ହୋଇଯାଇଛି ନୟନତାରା ମିସ୍ , ମିଷ୍ଟର ,କିଡ୍ସ ଓ ମିସେସର ଗ୍ରାଣ୍ଡଫିନାଲେ । ଯେଉଁଥିରେ ବଛା ହୋଇଛନ୍ତି ମିସ ଇଣ୍ଡିଆ ନୟନତାରା, କିଡ୍ସ ଇଣ୍ଡିଆ ନୟନତାରା, ମିସେସ ଇଣ୍ଡିଆ ନୟନତାରା ଓ ମିଷ୍ଟର ଇଣ୍ଡିଆ ନୟନତାରା । ନିକଟରେ ଷ୍ଟଲୱାର୍ଟ ଜଜାତିରେ ନୟନତାରା ସିଜନ୍ ୫ ଆୟୋଜିତ ହୋଇଥିଲା । ଏଥିରେ ଭାଗ ନେବା ପାଇଁ ୪୫୦ ଆଶାୟୀ ଆଦେବନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଭର୍ଚୁଆଲ ଅଡିସନ୍ ମାଧ୍ୟମରେ ବିଭିନ୍ନ ପର୍ୟ୍ୟାୟରେ ବିବେଚିତ ହୋଇ ୨୦ ପ୍ରତିଯୋଗୀ ଗ୍ରାଣ୍ଡଫିନାଲେକୁ ଆସିଥିଲେ । 

Advertisment

ନିଜର ପ୍ରତିଭାକୁ ପରିସ୍ପୁଟ କରିବାକୁ ସେମାନଙ୍କୁ ଡ୍ୟାନ୍ସ, ଯୋଗ, ଅଭିନୟ ଭଳି ଟାସ୍କ ଦିଆଯାଇଥିଲା । ଓଡ଼ିଶୀ ନୃତ୍ୟଶିଳ୍ପୀ ଶାସ୍ୱତ ଯୋଶୀଙ୍କ ତତ୍ୱାବଧାନରେ ପ୍ରତିଯୋଗୀ ମାନେ ନିଜକୁ ପ୍ରସ୍ତୁତ କରିଥିଲେ । ୩ ମାସର ନିରନ୍ତର ପ୍ରୟାସ ପରେ ରବିବାର ହୋଟେଲ ପଦ୍ମଜାରେ ଅନୁଷ୍ଠିତ ହୋଇଥିଲା ଫାଇନାଲ ରାଉଣ୍ଡ୍ । ପ୍ରତିଯୋଗୀ ମାନେ ବିଭିନ୍ନ ଡିଜାଇନର ପୋଷାକ ପିନ୍ଧି ରାମ୍ପରେ ଚାଲିଥିଲେ। ୪ ଟି ସେଗମେଣ୍ଟରେ, ମିସ୍‌, ମିସେସ, କିଡସ ଏବଂ ମିଷ୍ଟର ପ୍ରତିଯୋଗିତା ହୋଇଥିଲା। ପ୍ରତି ବିଭାଗରୁ ୩ ଜଣ ଲେଖାଏଁ ପ୍ରତିଯୋଗୀଙ୍କୁ , ୱିନର, ରନର୍ସଅପ, ସେକେଣ୍ଡ ରନର୍ସଅପ ଭାବେ ବିଜେତା ଘୋଷଣା କରାଯାଇଛି । 

ଏହି ଅବସରରେ ନୟନତାରାର ପ୍ରତିଷ୍ଠାତା ଶାସ୍ୱତ ଯୋଶୀ କହିଛନ୍ତି ଓଡ଼ିଶାର ପିଲାମାନେ କିଭଳି ଏକ ଭଲ ପ୍ଲାଟ୍‌ଫର୍ମ ପାଇପାରିବେ ସେନେଇ କୋଭିଡ ସମୟରେ ଆରମ୍ଭ ହୋଇଥିଲା ନୟନତାରାର ପରିକଳ୍ପନା । ଆମ ଓଡ଼ିଶାର ପିଲାମାନଙ୍କୁ ଯେମିତି ବାହାରକୁ ଯାଇ ସଘର୍ଷ କରିବାକୁ ନପଡିବ, ସେମାନେ ନିଜ ପ୍ରତିଭାକୁ ପରିପ୍ରକାଶ କରିବା ପାଇଁ ଭଲ ସୁଯୋଗ ପାଇ ପାରିବେ ତାହା ହିଁ ରହିଛି ନୟନତାରାର ମୁଖ୍ୟ ଉଦ୍ଦେଶ୍ୟ । 

ଗ୍ରାଣ୍ଡ ଫିନାଲେରେ ମିସ ଇଣ୍ଡିଆ ନୟନତାରା ୱିନର ସ୍ମୃତି ସଞ୍ଚିତା ଦାସ ହୋଇଥିବା ବେଳେ ଫାଷ୍ଟ ରନରସଅପ୍ ସୌମ୍ୟା ପ୍ରିୟଦର୍ଶିନୀ ଓ ସେକେଣ୍ଡ ରନରସଅପ୍ ଦିକ୍ଷାସ୍ୟା ନାଇଡୁ ହୋଇଛନ୍ତି । ସେହିଭଳି ମିଷ୍ଟରରେ  ଫାତିମା ବେଗମ୍ ୱିନର ହୋଇଛନ୍ତି । କିଡ୍ସ ଇଣ୍ଡିଆ ନୟନତାରାରେ ତହିଦ ହସନ୍ ଖାନ ଓ ତାସଭି ପ୍ରଧାନ ୱିନର ହୋଇଥିବା ବେଳେ ଫାଷ୍ଟ ରନରସଅପ୍ ଆଞ୍ଜେଲ ମହାନ୍ତି ଓ ସେକେଣ୍ଡ ରନରସଅପ୍ ଉତ୍କଳିକା ସାହୁ ହୋଇଛନ୍ତି । ଅନ୍ୟପଟେ ମିଷ୍ଟର୍ ଇଣ୍ଡିଆ ନୟନତାରାରେ ସୋମନାଥ ପଣ୍ଡା ୱିନର ହୋଇଥିବା ବେଳେ ଫାଷ୍ଟ ରନରସଅପ୍ ଆରଭ ଶର୍ମା ଓ ସେକେଣ୍ଡ  ରନରସଅପ୍ ଜୟ ନାୟକ ହୋଇଛନ୍ତି ।

କାର୍ଯ୍ୟକ୍ରମରେ ବିଚାରକ ରହିଥିଲେ ମିସ ଓଡ଼ିଶା ୟୁନିଭର୍ସ ବାର୍ବି ମିଶ୍ର, ସମାଜ ସେବୀ ଲିଙ୍କନ ସୁବୁଦ୍ଧି, ସେଲିବ୍ରିଟୀ ମେକପ୍  ଆର୍ଟିଷ୍ଟ ସୋନାଲି ମିଶ୍ର, ଯୁବ ଉଦ୍ୟୋଗୀ ଅନ୍ମୋଲ ମହାପାତ୍ର ଓ ମିସ ଇଣ୍ଡିଆ ହେଡ ମନ ଦୂଆ । ସେହିଭଳି ଅତିଥି ଭାବେ ଯୋଗାଇଥିଲେ ବରିଷ୍ଠ ରାଜନେତା ପ୍ରିୟଦର୍ଶୀ ମିଶ୍ର, ଡକ୍ଟର ରୋଜାଲିନ ପାଟସାଣି ମିଶ୍ର, ଦୁଲାଲ ସାହୁ ଓ ଡକ୍ଟର ଅନିତା ସାବତ । କାର୍ଯ୍ୟକ୍ରମରେ ଡିଜାଇନର ଥିଲେ ଉତ୍କଳ ଅମ୍ରିତା, ନିଶିସ ଫ୍ଲେୟାର, ସାମ ଆଣ୍ଡ ସେରି, କଇଁଚି । ଷ୍ଟାଇଲିଂରେ ଥିଲେ ସିବିଆନ ସାରୁନ, ଜୁଏଲାରିରେ ସହଯୋଗ କରିଥିଲେ ଇଂଡ ହିଉଜର ସସ୍ମିତା ସାମଲ । ଶୋ ନିର୍ଦ୍ଦେଶକ ରହିଥିଲେ ସୁବୋଧ ଚାନ୍ଦ ଓ ରତନ । ବିଶେଷ ସହଯୋଗ କରିଥିଲେ ମେଣ୍ଟର ସାଗରିକା ମହାନ୍ତି , ସାଇ ଜ୍ୟୋତି , ନେହା ବୋହିଦାର , ସୁଧାଂଶୁ ଶତପଥୀ , ସ୍ବାସ୍ତିତାପ ପ୍ରମୁଖ । ଉପସ୍ଥାପନାରେ ରହିଥିଲେ ସିକୃତି ପଣ୍ଡା , କାର୍ୟ୍ୟକ୍ରମର ପରିକଳ୍ପନା ଓ ଚିତ୍ରଣ ଦାୟିତ୍ୱରେ ଥିଲେ ଗ୍ଲୋବାଲ ଡାନ୍ସିଂ ଆଇକନ ଶାଶ୍ଵତ ଯୋଶୀ ।