ନ୍ୟୁଜ୍କାମ ଦେଉନି ସରକାରଙ୍କ ଘୋଷଣା । କମୁନି ଆଳୁ ଦର, କିଲୋ ପିଛା ୪୦ ଉପରେ ..ବଜାରରେ ଆଳୁ ଅଛି କିନ୍ତୁ ଦର କମିବାର ନାଁ ଧରୁନାହିଁ । ଆଳୁ କିଲୋ ପିଚ୍ଛା ୪୦ ଟଙ୍କା ରହିଛି । କେତେକ ସ୍ଥାନରେ ଆଳୁ କିଲୋ ପିଚ୍ଛା ୪୫ ଟଙ୍କାରେ ବି ବିକ୍ରି ହେଉଛି ।byManini PattanayakbyManini Pattanayak 10 Dec 2024 20:04 IST Link copied!Copy failed!କନକ ବ୍ୟୁରୋ : ବଜାରରେ ଆଳୁ ଅଛି କିନ୍ତୁ ଦର କମିବାର ନାଁ ଧରୁନାହିଁ । ଆଳୁ କିଲୋ ପିଚ୍ଛା ୪୦ ଟଙ୍କା ରହିଛି । କେତେକ ସ୍ଥାନରେ ଆଳୁ କିଲୋ ପିଚ୍ଛା ୪୫ ଟଙ୍କାରେ ବି ବିକ୍ରି ହେଉଛି ।ଭୁବନେଶ୍ବର ଏକ ନମ୍ବର ହାଟରେ ଆଳୁର ଦାମ ୪୦ ଟଙ୍କା ରହିଛି ।ଯଦିଓପି ୟୁପି ଆଳୁ ବଜାରକୁ ଆସିଛି କିନ୍ତୁ ଆଳୁର ଦାମ ବିଶେଷ କମିନାହିଁ । ଏବେ ବି ଏକ ନମ୍ବର ମାର୍କେଟରେପଶ୍ଚିମବଙ୍ଗର ଆଳୁ ବିକ୍ରି କରୁଛନ୍ତି ବ୍ୟବସାୟୀ । ଫଳରେ ଗ୍ରାହକ ଆଶ୍ବସ୍ତି ହେବା ବଦଳରେ ଚିନ୍ତାରେ ପଡିଛନ୍ତି । Advertisment କଟକ ଛତରବଜାର ଓ ବ୍ରହ୍ମପୁରରେ ବି ସେହି ଏକା ସ୍ଥିତି ।ସରକାର ୩୦ ଟଙ୍କାରେ ଆଳୁ ବିକ୍ରି ହେବ ବୋଲି କହିଥିଲେ । କିନ୍ତୁ ବଜାରରେ ଦର ଚଢା ରହିଛି। ପଶ୍ଚିମବଙ୍ଗରୁ ଆଳୁ ଆସିଛି ତା ସହ ଉତରପ୍ରଦେଶରୁ ଆଳୁ ମଗାଇଛନ୍ତି ସରକାର । ହେଲେ, ଗ୍ରାହକ ପଶ୍ଚିମବଙ୍ଗ ଆଳୁ କିଣିବାକୁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି । ଫଳରେ ଆଳୁ ଚଢା ରହୁଥିବା ଜଣାଯାଇଛି । ଦର ଚଢା ରହିଛି । ଏପଟେ ପିଆଜ ଦର କିଲୋପିଛା ୬୦ରୁ କମ ହେଉନାହିଁ । ଏଭଳି ସ୍ଥଳେ ହାଣ୍ଡିଶାଳରେ ମହଙ୍ଗାମାଡ ଗ୍ରାହକଙ୍କୁ ବାଧୁଛି ।byManini PattanayakbyManini Pattanayak 10 Dec 2024 20:04 IST Link copied!Copy failed!